Latest Odisha News

BREAKING NEWS

ମେ’ ୧ରୁ ବନ୍ଦ ରହିବ ‘ଭିତରକନିକା ଜାତୀୟ ଉଦ୍ୟାନ’

ଭୁବନେଶ୍ୱର : ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ କେନ୍ଦ୍ରାପଡା ଜିଲ୍ଳା ଭିତରକନିକା ଜାତୀୟ ଉଦ୍ୟାନ ମେ’ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଏସମ୍ପର୍କରେ ରାଜନଗର ବନପ୍ରାଣୀ ଡିଭିଜନର ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର ନେଲେ ଅକ୍ଷୟ କୁମାର, ଟ୍ୱିଟ୍ କଲେ ଟ୍ୱିଙ୍କଲ୍ ଖାନ୍ନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ‘ଅଣ ରାଜନୈତିକ’ ସାକ୍ଷାତକାର ନେବା ପରିପ୍ରେକ୍ଷୀରେ ବଲିଉଡ଼ ଷ୍ଟାର୍ ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କଲ୍ ଖାନ୍ନା ମୋଦୀଙ୍କୁ ଟ୍ୱିଟ୍ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ସେ ବହୁତ ଖୁସି ଏଇଥିପାଇଁ ଯେ,…

ପାଟକୁରାରେ ନିର୍ବାଚନ ହେବା ନେଇ ଇସିଆଇଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ବିଜୟ

ଭୁବନେଶ୍ୱର : ମେ’ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୋଷଣା ପରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିଷ୍ପତ୍ତିକୁ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ବୁଧବାର ଦିନ ସ୍ୱାଗତ କରିଛନ୍ତି । ଶାସକ ବିଜେଡି ବିଧାୟକ ବେଦ ପ୍ରକାଶଙ୍କ ମୃତ୍ୟୁ ପରେ…

ଭୁବନେଶ୍ୱର ଲୋକସଭା ଆସନର ଜୟଦେବରେ ସର୍ବାଧିକ ମତଦାନ

ଭୁବନେଶ୍ୱର : ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ମତଦାନ ମଙ୍ଗଳବାର ଦିନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୭ଟି ବିଧାନସଭା ଆସନ ମଧ୍ୟରେ ଜୟଦେବ ନିର୍ବାଚନମଣ୍ଡଳୀର ସର୍ବାଧିକ ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ…

ଏପ୍ରିଲ୍ ୨୭କୁ ଘୁଞ୍ଚିଲା ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି

ଭୁବନେଶ୍ୱର : ସ୍ୱତନ୍ତ୍ର ପ୍ରାଧୀକୃତ ଅଦାଲତ ବୁଧବାର ଦିନ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଏପ୍ରିଲ୍ ୨୭ ତାରିଖକୁ ଘୁଞ୍ଚାଇଛନ୍ତି । ମିଳିଥିବା ସୂଚନାନୁଯାୟୀ କେସ୍ ଡାଏରୀ ଓ ପୋଲିସ ପକ୍ଷରୁ ଇଞ୍ଜୁରୀ ରିପୋର୍ଟ ମିଳିନଥିବାରୁ ଅଦାଲତ ଏହି…

ମେ’ ୧୯ରେ ପାଟକୁରା ବିଧାନସଭା ଆସନରେ ହେବ ନିର୍ବାଚନ

ଭୁବନେଶ୍ୱର : ପାଟକୁରାରେ ବିଧାନସଭା ଆସନରେ ମେ’ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ, ଏନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଘୋଷଣା କରିଛନ୍ତି । ଜାରି ଅଧିସୂଚନା ଅନୁଯାୟୀ ଆସନ୍ତା ମେ’ ୧ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୨ ତାରିଖରେ ଯାଞ୍ଚ ପ୍ରକ୍ରିୟା…

ସିଜିଆଇଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ: ଷଡଯନ୍ତ୍ରର ପ୍ରମାଣ ଦାଖଲ କଲେ ଆଇନଜୀବୀ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡନ ମାମଲା ଏକ ଷଡଯନ୍ତ୍ର ବୋଲି ଦର୍ଶାଇଥିବା ଆଇନଜୀବୀ ଉତ୍ସବ ବେଂସ ସୁପ୍ରିମକୋର୍ଟଙ୍କ ନିକଟରେ ବୁଧବାର ଦିନ ଏକ ସିଲ୍ ହୋଇଥିବା ଲଫାଫାରେ ସମ୍ପୂର୍ଣ୍ଣ ପ୍ରମାଣ ଦାଖଲ କରିଛନ୍ତି । ଜଣେ ମହିଳା…

ଭୁବନେଶ୍ୱର ଓ ଯାଜପୁରରୁ ଜବତ ହେଲା ୧୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର୍

ଭୁବନେଶ୍ୱର/ଯାଜପୁର : ଭୁବନେଶ୍ୱର ଓ ଯାଜପୁରସ୍ଥିତ ପାଣିକୋଇଲି ଅଞ୍ଚଳରୁ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ବୁଧବାର ଦିନ ପ୍ରାୟ ୧୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ହଳଦିଆପଡିଆ ଅଞ୍ଚଳରୁ ଅବକାରୀ ବିଭାଗ ଚଢାଉ କରି ପ୍ରାୟ…

ବାଲେଶ୍ୱର: ଭୟାବହ ଅଗ୍ନିକାଣ୍ଡରେ ଭସ୍ମିଭୁତ ହେଲା ପ୍ଲାଷ୍ଟିକ ଫ୍ୟାକ୍ଟ୍ରି

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ତହସିଲ ଅନ୍ତର୍ଗତ ତିରୁଖା ଗ୍ରାମରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ ଘଟି କାରଖାନାଟି ପ୍ରାୟ ସମ୍ପୂର୍ଣ୍ଣ ରୂପେ ଭସ୍ମିଭୁତ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ମଙ୍ଗଳବାର ରାତିରେ ଘଟିଥିବା ସୂଚନା ହସ୍ତଗତ ହୋଇଛି । ମିଳିଥିବା ସୂଚନା…

ନୟାଗଡ଼ ରେଞ୍ଜ ଅଫିସରୁ ବନ୍ଧୁକ ଲୁଟ କଲେ ସଶସ୍ତ୍ର ମାଓବାଦୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଜଙ୍ଗଲ ଅଧ୍ୟୁସିତ ଅଞ୍ଚଳରେ ଏବେ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ମଙ୍ଗଳବାର ଦିନ ଦଶପଲ୍ଲା ବଣୀଗୋଚ୍ଛା ରେଞ୍ଜ ଅଫିସରୁ ସଶସ୍ତ୍ର ମାଓବାଦୀମାନେ ଏକାଧିକ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଲୁଟପାଟ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ,…