Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ବିଏସଏଫ୍ ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ

ଜମ୍ମୁ କାଶ୍ମୀର: ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ବୁଧବାର ଏନକାଉଣ୍ଟର ହୋଇଛି। ବିଏସଏଫ୍ ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।…

ଆସନ୍ତକାଲି ନାମାଙ୍କନ ଦାଖଲର ଶେଷ ତାରିଖ, ଆଜି କଂଗ୍ରେସ ଘୋଷଣା କରିବ ଆମେଠି ଓ ରାୟବରେଲି ଲୋକସଭା ଆସନର ପ୍ରାର୍ଥୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦୁଇ ଚର୍ଚ୍ଚିତ ଲୋକସଭା ଆସନ ଆମେଠି ଓ ରାଏବରେଲି ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ। ନାମାଙ୍କନ ଦାଖଲର ସମୀୟସୀମା ଆସନ୍ତାକାଲି ଶେଷ ହେଉଛି। ଏହା ପୂର୍ବରୁ ଆଜି କଂଗ୍ରେସ ଏହି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛି। କଂଗ୍ରେସ…

ନବୀନ କଣ୍ଟାବାଞ୍ଜି ଆସନ ପାଇଁ ଭରିବେ ନାମାଙ୍କନ

ଭୁବନେଶ୍ୱର: ଆଜି କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିକଟରେ ସେ ହିଞ୍ଜିଳି ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଚଳିତଥର ୨୦୧୯ ପରି ଦୁଇଟି ଆସନରେ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସୁପ୍ରିମୋ। ସକାଳ ୯ଟାରେ…

ଏଥର ୩୦୦ ପାର୍‌, ବୋଲରଙ୍କ ନିଦ ହଜାଉଛନ୍ତି ବ୍ୟାଟର୍‌ !

ନୂଆଦିଲ୍ଲୀ: ନିର୍ବାଚନୀ ମାହୋଲ ଭିତରେ ‘ଅବ୍ କି ବାର୍ ୪୦୦ ପାର୍‌’ ନାରା ତ ଶୁଣିଥିବେ । ହେଲେ ଏବେ କ୍ରିକେଟ୍ ମଇଦାନରେ ବି କିଛି ଏଭଳି ଶୁଣିବାକୁ ମିଳିଲାଣି । କ୍ରିକେଟ୍‌ରେ ଏବେ ଟ୍ରେଣ୍ଡ କରୁଛି ‘ଅବ୍ କି ବାର୍ ୩୦୦ ପାର୍‌’ । ତେବେ ଏହି ୩୦୦ ପାର୍ ନାରା କ’ଣ? ୩୦୦ ପାର୍ ମାନେ ୩୦୦ ରନ୍…

ସ୍ୱପ୍ନ ସାକାର କରିବା ପାଇଁ ପନ୍ତ ଛାଡି ଦେଇଥିଲେ ରସମଲେଇ, ଚିକେନ, ବିରିୟାନୀ ଖାଇବା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଦଳରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଛି । ୩୦ ଡିସେମ୍ବର ୨୦୨୩ ରାତିର ଦୁର୍ଘଟଣା ପରେ ପନ୍ତଙ୍କ ଭବିଷ୍ୟତ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସେ ଲଢ଼େଇ କରି ପ୍ରଥମେ ସୁସ୍ଥ ହୋଇଥିଲେ । ଏହା ପରେ ଲୟକୁ ଫେରିବା ପାଇଁ କଠିନ ପରିଶ୍ରମ କରିଥିଲେ । ଆଇପିଏଲରେ…

ନିର୍ବାଚନ ବେଳେ ରାହୁଲଙ୍କୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ପ୍ରଶଂସା, କଡା ଜବାବ ଦେଲା ବିଜେପି

ଇସଲାମାବାଦ: ପାକିସ୍ତାନରେ ଇମ୍ରାନ ଖାନଙ୍କ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସେୟାର କରିବା ସହ କଂଗ୍ରେସ ନେତାଙ୍କୁ ପ୍ରଶଂସା କରିବା ପରେ ବିଜେପି ବୁଧବାର କଂଗ୍ରେସ ଉପରେ ଆକ୍ରମଣ କରିଛି। ବିଜେପିର…

ସାଧାରଣ ନିର୍ବାଚନ ୨୦୨୪: ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଭିନ୍ନ ଦଳର ପ୍ରାର୍ଥୀ

ବରଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ୨୬ ଏପ୍ରିଲ ରୁ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଏହାର ଶେଷ ତାରିଖ ମେ' ମାସ ୩ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ତେବେ ଆଜି (ବୁଧବାର) ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀ ନିଜର ନାମାଙ୍କନ ଭରିଛନ୍ତି…

ମମତାଙ୍କ ଦଳ ଖରାପ? ଅଧୀର ରଞ୍ଜନ କହିଲେ ଟିଏମସିକୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଦେବା ଭଲ

କୋଲକାତା: ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ। ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ତଥା ବହରାମପୁର ଲୋକସଭା ପ୍ରାର୍ଥୀ ଅଧୀର…

ଟି୨୦ ବିଶ୍ୱକପ: ଏବେ ବି ରିଙ୍କୁ, ରାହୁଲ, ରିତୁରାଜଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୧ ଜୁନରୁ ୨୯ ପର୍ଯ୍ୟନ୍ତ ଏହା ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବ । ଘୋଷିତ ଦଳରେ ରିଙ୍କୁ ସିଂ, କେଏଲ ରାହୁଲ, ରିତୁରାଜ ଗାଏକ୍ୱାଡ ଓ ଈଶାନ କିଶାନଙ୍କ ପରି ଖେଳାଳିଙ୍କୁ ସୁଯୋଗ ମିଳିନି । ତେବେ…

ଥାନା ପରିସରରେ ପଡ଼ି ରହିଥିବା ଶହ ଶହ ଗାଡିର ହେଲା ନିଲାମ

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱର ପୁଲିସ ବିଭିନ୍ନ ଥାନା ପରିସରରେ ପରିତ୍ୟକ୍ତ ହୋଇ ପଡ଼ିଥିବା ବହୁ ସଂଖ୍ୟକ ଗାଡ଼ିକୁ ଉଚ୍ଛେଦ କରିଛି। ସମୟ କ୍ରମେ ଦାବି ବିହୀନ ହୋଇ ପଡ଼ିଥିବା ଏହି ଗାଡି ଗୁଡ଼ିକ କେବଳ ଜାଗା ନେଉନଥିଲା ବରଂ ଷ୍ଟେସନ ପରିବେଶରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିଲା।…