Latest Odisha News

BREAKING NEWS

ନାୟକ ୨ ଫିଲ୍ମକୁ ମେକର୍ସଙ୍କ ସବୁଜ ସଙ୍କେତ

ମୁମ୍ବାଇ: ଦିନକର ମୂଖ୍ୟମନ୍ତ୍ରୀ ଉପରେ ଆଧାରିତ ରାଜନୈତିକ ଫିଲ୍ମ ନାୟକ ୨୦୦୧ରେ ରିଲିଜ ହୋଇଥିଲା । ଅନୀଲ କାପୁର ଓ ଅମରୀଶ ପୁରୀ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ୨୩ ବର୍ଷ ପରେ ଏହାର ସୀକ୍ୱେଲ କରିବା ପାଇଁ ମେକର୍ସଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଛି । ସିଦ୍ଧାର୍ଥ…

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ବଦଳିଲେ ୫ ବରିଷ୍ଠ ଓଏଏସ୍ ଅଫିସର

ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ୫ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ନିର୍ବାଚନ କମିଶନଙ୍କ ଗାଇଡଲାଇନ ଆଧାରରେ ଏହି ଅଧିକାରୀମାନଙ୍କ ବଦଳି ହୋଇଥିବା ଜଣାପଡ଼ିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ମନ୍ଦିର…

ଏକାଠି ନା ଏକାକୀ? ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନାହିଁ ଓଡ଼ିଶା ନେତାଙ୍କ ନାଁ

ଭୁବନେଶ୍ୱର: ସାରା ଦେଶରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେବ। କିନ୍ତୁ ନିିର୍ବାଚନ ପ୍ରଚାର ଏକରକମ ଠପ୍ ହୋଇପଡ଼ିଛି। ନା ବଡ ବଡ ପ୍ରଚାର ଅଛି ନା ଆରୋପ ପ୍ରତ୍ୟାରୋପ। କହିବାକୁ ଗଲେ ନେତା ଯେପରି ହାତକୁ ପକେଟରେ ପୂରାଇ…

କେଜ୍ରିୱାଲଙ୍କ ଘରେ ଇଡି, ମଦ ଦୁର୍ନୀତି ମାମଲାରେ ଚାଲିଛି ପଚରାଉଚରା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେ୍ଜ୍ରିୱାଲଙ୍କ ଘରେ ଇଡି ଟିମ୍‌। ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ କେଜ୍ରିୱାଲଙ୍କ ଘରେ ପହଂଚିଲା ଇଡି ଟିମ୍‌ । ଗିରଫଦାରିରୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡିର କାର୍ଯ୍ୟାନୁଷ୍ଠାନ। ଇଡିର ସ୍ୱତନ୍ତ୍ର ଟିମ୍…

ମେଣ୍ଟକୁ ଚାହିଁଛି ଓଡ଼ିଶା କଂଗ୍ରେସ ! କାହିଁକି ପଢନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ରାଜ୍ୟ କଂଗ୍ରେସ। ଗୋଟିଏ ପଟେ ଟାଣୁଆ ପ୍ରାର୍ଥୀ ଖୋଜୁଥିବା ବେଳେ ଅନ୍ୟ ପଟେ ମେଣ୍ଟରୁ ଫାଇଦା ନେବାକୁ ଚାହିଁ ବସିଛି ଦଳ। ଦଳ ଆଶା ରଖି କି ମେଣ୍ଟ ହେଲେ ବିଜେପି ଓ ବିଜେଡ଼ିରୁ ଅନେକ ଟାଣୁଆ ପ୍ରାର୍ଥୀ କଂଗ୍ରେସରେ ସାମିଲ ହୋଇ…

ଓସ୍‌ଜାର ନୂଆ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ସନ୍ଦୀପ ସଭାପତି, ସୁରେଶ ସମ୍ପାଦକ

ଭୁବନେଶ୍ବର: ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫଆଇ)ର ଏକମାତ୍ର ଅନୁବନ୍ଧିତ ରାଜ୍ୟ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ୧୧ଶ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ୨ ନିୟମିତ…

ପୁରୀରେ ବିଦ୍ୟୁତ ବିଭାଗର ମନମୁଖୀ, ସାମ୍ନାକୁ ଆସିଲା ଚରମ ଅବହେଳା

ପୁରୀ: ବିଦ୍ଯୁତ ବିଭାଗର ଚରମ ଅବହେଳା ସାମ୍ନାକୁ ଆସିଛି। ପରୀକ୍ଷା ସମୟରେ ଅଘୋଷିତ ବିଦ୍ଯୁତ କାଟ ଯୋଗୁଁ ଡିବିରି ଓ କ୍ଯାଣ୍ଡେଲ ଲାଇଟରେ ପରୀକ୍ଷା ଦେଲେ ପରିକ୍ଷାର୍ଥି। ଏଭଳି ଚରମ ଅବହେଳା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ। ପୁରୀରେ ଅଘୋଷିତ ବିଦ୍ୟୁତ୍ କାଟ୍ ହେବା…

କମୁଛି ଦଳ ବଦଳାଉଥିବା ନେତାଙ୍କ ଲୋକପ୍ରିୟତା ! ରିପୋର୍ଟରୁ ଖୁଲାସା ହେଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ପ୍ରକ୍ରିୟା ଚିରାଚରିତ ଘଟଣା ହୋଇଗଲାଣି। ଠିକ ନିର୍ବାଚନ ପୂର୍ବରୁ ପୁରୁଣା ଦଳ ଛାଡି ଆଉ ଏକ ନୂଆ ଦଳରେ ଯୋଗଦେବା ନୂଆ କଥା ନୁହେଁ। ଦଶନ୍ଧି ଦଶନ୍ଧି ଧରି ନେତାଙ୍କର ଏହି ଦଳବଦଳ ଘଟଣା ଦେଖିବାକୁ ମିଳେ। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କର ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୁରୁତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୨ ତାରିଖ ଶୁକ୍ରବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ…

ଅପରିଚିତ ମୃତଦେହ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼: ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର, ତରଫରୁ ଆଜି ପିପଲମୁଣ୍ଡା ସ୍ୱର୍ଗଦ୍ୱାରରେ ଏକ ଅଜଣା ଶବ ସତ୍କାର କରାଯାଇଛି। ସୂଚନା କ୍ରମେ ମୃତ ବ୍ୟକ୍ତି ଜଣକ ଗତ ରବିବାର ଦିନ ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବରାହଗୋଡା ବାଇପାସ ରାସ୍ତାରେ ଏକ ଚାଷ ଜମି ମଧ୍ୟରେ ମୃତ…