Latest Odisha News

BREAKING NEWS

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ବଦଳିଲେ ୫ ବରିଷ୍ଠ ଓଏଏସ୍ ଅଫିସର

ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ୫ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ନିର୍ବାଚନ କମିଶନଙ୍କ ଗାଇଡଲାଇନ ଆଧାରରେ ଏହି ଅଧିକାରୀମାନଙ୍କ ବଦଳି ହୋଇଥିବା ଜଣାପଡ଼ିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଓଏସଡି ଭାବେ ଡେପୁଟେସନରେ ଯାଇଥିବା ବରିଷ୍ଠ ଓଏଏସ୍ ଅଫିସର ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ପୁଣିଥରେ ଆଇନ ବିଭାଗକୁ ଫେରାଇ ଅଣାଯାଇଛି। ସେ ଆଇନ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବେ। ସେହିପରି କେନ୍ଦୁଝର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର ରାମଚନ୍ଦ୍ର କିସକୁଙ୍କୁ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି।

ଗଞ୍ଜାମ ଆରଆଇସିରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ପ୍ରସନ୍ନ କୁମାର ପାତ୍ରଙ୍କୁ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ବିଭାଗର ଯୁଗ୍ମ ସଚିବ ଭାବେସ୍ଥାନାନ୍ତର କରାଯାଇଛି। ଆସିକା ସମବାୟ ଚିନି କଳର ପରିଚାଳନା ନିର୍ଦ୍ଦେଶକ ଗାୟତ୍ରୀ ଦତ୍ତ ନାୟକଙ୍କୁ ଓସଡମା ଡେପୁଟି ଜେନେରାଲ ମ୍ୟାନେଜର ଭାବେ ଏବଂ ବ୍ରହ୍ମପୁର ସିଡିଏମଓ ଅଫିସରେ ପ୍ରଶାସନିକ ଅଫିସର ଓଏଏସ୍ ସୁବ୍ରତ କୁମାର ଜେନାଙ୍କୁ ଇଡକୋ ଲ୍ୟାଣ୍ଡ ଅଫିସର ଭାବେ ଭୁବନେଶ୍ୱର ବଦଳି ହୋଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ଓଏଏସ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ରାଜ୍ୟ ବିଜେପି ଏମାନଙ୍କ ମଧ୍ୟରୁ କିଛି ଅଧିକାରୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ଆଣିଥିଲା। ଯାହାପରେ ଏହି ଅଧିକାରୀଙ୍କ ବଦଳି ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.