Latest Odisha News

ରାତିରେ ଘରେ ପଶି କଳାକନା ବୁଲାଇଲେ ଲୁଟେରା, ସୁନା ଅଳଙ୍କାର ସହ ୨୦ ହଜାର ଟଙ୍କା ଲୁଟ୍

ଭଦ୍ରକ: ଘରୁ କଳାକନା ବୁଲାଇଲେ ଲୁଟେରା । ଘର ଲୋକ ଶୋଇଥିବା ବେଳେ ପଶିଗଲେ ଲୁଟେରା । ସୁନା ଅଳଙ୍କାର ସହ ନଗଦ ୨୦ ହଜାର ଟଙ୍କା ଲୁଟିନେଲେ ଲୁଟେରା ।  ଭଦ୍ରକ ଜିଲ୍ଲା ଧାମନଗର ଥାନା ନିର୍ଗୁଣ୍ଡି ପଂଚାୟତ ଗୁହାଳିଆ ଗାଁରେ ଏକ ଘରୁ ଶନିବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି ।…

ନିର୍ବାଚନ କମିଶନଙ୍କ ଇସ୍ତଫା ଘଟଣା, ସାମ୍ନାକୁ ଆସିଲା ସତ!

ନୂଆଦିଲ୍ଲୀ: କିଛି ଦିନ ପରେ ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ । ଏହା ପୂର୍ବରୁ ପଦରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନ ଅରୁଣ ଗୋଏଲ । ନିର୍ବାଚନ ପାଖେଇ ଆସୁଥିବା ବେଳେ ତାଙ୍କର ଇସ୍ତଫା ରାଜନୀତିକୁ ବେଶ ସରଗରମ୍ କରିଛି । ଶନିବାର ଦିନ ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି…

ସବୁ ଫର୍ମାଟରେ ଏକ ନମ୍ବର ହେଲା ଭାରତୀୟ କ୍ରିକେଟ ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଜବରଦସ୍ତ ଫର୍ମରେ ରହିଛି । ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ୪-୧ରେ ବିଜୟ ହେବା ଫଳରେ ଆଇସିସି ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଛି । ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତର ୧୨୨ ରେଟିଂ ପଂଏଟ ହାସଲ କରିଥିବା…

ୟୁପି ଗସ୍ତରେ ମୋଦୀ, କାଶୀ ବିଶ୍ଵନାଥଙ୍କୁ ଦର୍ଶନ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର କଲେ ଶୁଭାରମ୍ଭ

ଆଜମଗଡ: ସକାଳୁ ସକାଳୁ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବାରାଣାସୀ ସଂସଦ ନିର୍ବାଚନମଣ୍ଡଳୀରୁ ତୃତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ କାଶୀରେ ପହଞ୍ଚି ତାଙ୍କ ନିର୍ବାଚନମଣ୍ଡଳୀରେ ଏକ…

ଜେଲରୁ ୨ କଏଦୀ ଫେରାର

ବଲଙ୍ଗୀର: ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ୨ ବିଚାରଧୀନ କଏଦୀ ଫେରାର । ହତ୍ୟା ଅଭିଯୋଗରେ ୨ବର୍ଷ ହେଲା ଜେଲରେ ଥିଲେ ୨ ଅଭିଯୁକ୍ତ । ଜେଲ ପାଚେରୀ ଡେଇଁ ବିଚାରଧୀନ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି । ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି…

ଫ୍ରେଂଚ ଓପନ ବ୍ୟାଡମିଂଟନ ଫାଇନାଲରେ ସାଇରାଜ-ଚିରାଗ

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଭାରତୀୟ ଯୋଡି ସାତ୍ୱିକସାଇରାଜ ରଂକିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଫ୍ରେଂଚ ଓପନ ସୁପର ସିରିଜ ୭୫୦ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଚଳିତ ବର୍ଷ ସେମାନେ ତୃତୀୟ ଥର ପାଇଁ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ୨…

ମେଣ୍ଟ ଚର୍ଚ୍ଚା ହୋଇନି, ସବୁ ଆସନ ପାଇଁ ପ୍ରସ୍ତୁତି କରୁଛୁ:  ଲତା ଉସେଣ୍ଡି

ଭୁବନେଶ୍ୱର: କୌଣସି ମେଣ୍ଟ ଚର୍ଚ୍ଚା ହୋଇନି । ସବୁ ଆସନ ପାଇଁ ଆମେ ପ୍ରସ୍ତୁତି  କରୁଛୁ ବୋଲି  ଆଜି ଏପରି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି । ସେ ଆହୁରି କହିଛନ୍ତି,‘‘ ଦିଲ୍ଲୀରେ ହୋଇଥିବା ବୈଠକରେ  ପ୍ରତିଟି ଆସନ ପାଇଁ  ଆଲୋଚନା ହୋଇଛି ।…

ବିଜେପିକୁ ଲାଗିଲା ଆଉ ଏକ ଝଟକା, ଦଳରୁ ଇସ୍ତଫା ଦେଲେ ହରିୟାଣା ସାଂସଦ ବ୍ରିଜେନ୍ଦ୍ର ସିଂ

ଚଣ୍ଡିଗଡ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିଜେପିକୁ ପୁଣି ଲାଗିଲା ଆଉ ଏକ ବଡ ଝଟକା । ହରିୟାଣା ହିସାର ଜିଲ୍ଲା ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂ ଦଳରୁ ଇସ୍ତଫା ଦେଇଛନ୍ତି । ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ସେ…

ଆଇପିଏଲ ନିମନ୍ତେ ରିଷଭ ପନ୍ତଙ୍କୁ ମିଳି ନାହିଁ ଫିଟନେସ କ୍ଲିୟରାନ୍ସ: ରିପୋର୍ଟ

ନୂଆଦିଲ୍ଲୀ: ରିଷଭ ପନ୍ତଙ୍କ ଆଇପିଏଲ ଏବଂ ଟି୨୦ ବିଶ୍ୱକପ ଖେଳିବା ନେଇ ସଂଶୟ ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ପନ୍ତଙ୍କୁ ଆଇପିଏଲ ୨୦୨୪ ଖେଳିବା ପାଇଁ ଫିଟନେସ କ୍ଲିୟରାନ୍ସ ସାର୍ଟିଫିକେଟ ଏନସିଏରୁ ମିଳି ନାହିଁ । ଅବଶ୍ୟ ବିସିସିଆଇ କିମ୍ବା ଟିମ ମ୍ୟାନେଜମେଂଟ ପକ୍ଷରୁ କୌଣସି ବୟାନ ଜାରୀ…

ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ତାଲିକା, ଓଡ଼ିଶା ଉପରେ ନଜର

ନୂଆଦିଲ୍ଲୀ:ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ଏନେଇ ସଂଧ୍ୟାରେ ବସୁଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏଥିରେ ଦଳର ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇପାରନ୍ତି । ଦଳର ଅନ୍ୟ…