Latest Odisha News

BREAKING NEWS

ୟୁପି ଗସ୍ତରେ ମୋଦୀ, କାଶୀ ବିଶ୍ଵନାଥଙ୍କୁ ଦର୍ଶନ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର କଲେ ଶୁଭାରମ୍ଭ

ଆଜମଗଡ: ସକାଳୁ ସକାଳୁ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବାରାଣାସୀ ସଂସଦ ନିର୍ବାଚନମଣ୍ଡଳୀରୁ ତୃତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ କାଶୀରେ ପହଞ୍ଚି ତାଙ୍କ ନିର୍ବାଚନମଣ୍ଡଳୀରେ ଏକ ରୋଡ୍ ସୋ କରିଥିଲେ । ପରେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ଜନ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ, କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ବେଳେ ମନକୁ ଏକ ଅଦ୍ଭୁତ୍ତ ସନ୍ତୋଷ ମିଳିଥାଏ। ମୋଦୀଙ୍କ ସହ ସେଠାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ ।

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜମଗଡ ଗସ୍ତରେ ଯାଇଥିଲେ । ସେଠାରେ ୪୨,୦୦୦କୋଟି ମୁଲ୍ୟର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି ମୋଦୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଜେପିର ବହୁ ବଡ ନେତା ଏବଂ କର୍ମୀ ଅଂଶଗ୍ରହଣ କରିଥିଲେ। ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପୂର୍ବରୁ ୟୁପିର ଆଜମଗଡରେ ମାଫିଆଙ୍କ ରାଜ୍ ଥିଲା । କିନ୍ତୁ ବର୍ତ୍ତମାନ ସେଠାରେ ଲୋକମାନେ ଆଇନର ରାଜ୍ ଦେଖୁଛନ୍ତି।

ଆଜମଗଡରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି କ୍ଷେତ୍ର ଆଜମଗଡ ରହିବ ଏବଂ ବିକାଶର ଗଡ ରହିବ । ଏହା ମୋଦୀର ଗ୍ୟାରେଣ୍ଟି ଅଟେ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, “ଆଜି ଆଜମଗଡ ସବୁଆଡେ ଚମକୁଛି । ପୂର୍ବ ସରକାରର ନେତାମାନେ କେବଳ ଯୋଜନା ଘୋଷଣା କରୁଥିଲେ। କିନ୍ତୁ ଆମେ ଘୋଷଣା କରିବା ସହ ତାକୁ କାର୍ଯ୍ୟରେ ମଧ୍ୟ ଲଗାଉଛୁ । ଦେଶର ବିକାଶ ଆମର ଶେଷ ଯାତ୍ରା । ପୂର୍ବ ସରକାର ଜନସାଧାରଣଙ୍କ ଆଖିରେ ଧୂଳି ଦେଇ ସେମାନଙ୍କୁ ଠକୁଥିଲେ । କିନ୍ତୁ ଆମେ କାମରେ ଦେଖାଉଛୁ ।”

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ଭାରତ କରିବା ପାଇଁ ଆମେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ । ଆଜି କୃଷକମାନଙ୍କୁ ଏମଏସପି ଦିଆଯାଉଛି ଯାହା ପୂର୍ବ ଅପେକ୍ଷା ଅନେକ ଗୁଣ ବୃଦ୍ଧି ପାଇଛି। ଆଖୁ ଚାଷୀଙ୍କ ଲାଭକାରୀ ମୂଲ୍ୟ ମଧ୍ୟ ଚଳିତ ବର୍ଷ ୮% ବୃଦ୍ଧି କରାଯାଇଛି। ବର୍ତ୍ତମାନ ଆଖୁର ଲାଭକାରୀ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୫ ରୁ ୩୪୦ ଟଙ୍କାକୁ ବୃଦ୍ଧି ପାଇଛି |

 

 

Leave A Reply

Your email address will not be published.