Latest Odisha News

BREAKING NEWS

ଫ୍ରେଂଚ ଓପନ ବ୍ୟାଡମିଂଟନ ଫାଇନାଲରେ ସାଇରାଜ-ଚିରାଗ

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଭାରତୀୟ ଯୋଡି ସାତ୍ୱିକସାଇରାଜ ରଂକିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଫ୍ରେଂଚ ଓପନ ସୁପର ସିରିଜ ୭୫୦ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଚଳିତ ବର୍ଷ ସେମାନେ ତୃତୀୟ ଥର ପାଇଁ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ୨ ଥର ସୁଯୋଗ ହାତଛଡା କରିଥିବାରୁ ଏଥର ଟାଇଟଲ ଲକ୍ଷ୍ୟରେ ଏହି ଭାରତୀୟ ଯୋଡି ରହିଛନ୍ତି । ସାଇରାଜ-ଚିରାଗ ଯୋଡି ସେମିଫାଇନାଲରେ କୋରିଆର ସିୟୋ ସେଓଙ୍ଗ ଜେ ଓ କଙ୍ଗ ମିନ ହ୍ୟୁକଙ୍କୁ ୨୧-୧୩ ଓ ୨୧-୧୬ରେ ପରାସ୍ତ କରିଥିଲେ । ଫାଇନାଲରେ ସେମାନେ ଚାଇନିଜ ତାଇପେ ଯୋଡି ଲି ଝେ ହୁଇ ଓ ୟାଙ୍ଗ ପୋ ହ୍ୟୁୟନଙ୍କୁ ଭେଟିବେ ।

ଏହି ବିଜୟ ହାସଲ ପାଇଁ ଟିମ ଇଣ୍ଡିଆ ଯୋଡିଙ୍କୁ ୪୦ ମିନିଟ ସମୟ ଲାଗିଥିଲା । ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନଙ୍କ ଅଭିଯାନ ସେମିଫାଇନାଲରେ ଶେଷ ହୋଇଛି । ସେମିରେ ସେ ବିଶ୍ୱ ଚାମ୍ପିୟନ ଥାଇଲାଣ୍ଡ କୁନାଲବତ ୱିଟିଡର୍ସନଙ୍କ ନିକଟରୁ ୨୦-୨୨, ୨୧-୧୩ ଓ ୨୧-୧୧ରେ ପରାଜିତ ହୋଇଥିଲେ ।

Leave A Reply

Your email address will not be published.