Latest Odisha News

BREAKING NEWS

ସବୁ ଫର୍ମାଟରେ ଏକ ନମ୍ବର ହେଲା ଭାରତୀୟ କ୍ରିକେଟ ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଜବରଦସ୍ତ ଫର୍ମରେ ରହିଛି । ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ୪-୧ରେ ବିଜୟ ହେବା ଫଳରେ ଆଇସିସି ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଛି । ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତର ୧୨୨ ରେଟିଂ ପଂଏଟ ହାସଲ କରିଥିବା ବେଳ ଅଷ୍ଟ୍ରେଲିଆ ୧୧୭ ଓ ଇଂଲଣ୍ଡ ୧୧୧ ପଂଏଟରେ ଅଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଏଥିସହ ଟିମ ଇଣ୍ଡିଆ ୩ଟି ଯାକ ଫର୍ମାଟରେ ଏକ ନମ୍ବର ସ୍ଥାନ ହାସଲ କରିଛି । ଦିନିକିଆ ର‌୍ୟାଙ୍କିଙ୍ଗରେ ଭାରତ ୧୨୧ ରେଟିଂ ପଂଏଟ ଏବଂ ଟି୨୦ରେ ୨୬୬ ପଂଏଟ ସହ ଶୀର୍ଷ ସ୍ଥାନରେ ରହିଛି । ସେପ୍ଟେମ୍ବର ୨୦୨୩ରୁ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ଶୀର୍ଷ ସ୍ଥାନରେ ରହିଥିଲା ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ୧-୧ରେ ଡ୍ର ରହିବା ଫଳରେ ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲା । ଭାରତ ଡବ୍ଲ୍ୟୁଟିସି ଟେବୁଲରେ ମଧ୍ୟ ୬୮.୫୧ ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଛି । ସୂଚନାଯୋଗ୍ୟ, ଦିନିକିଆ ବିଶ୍ୱକପରେ ଭାରତ ଅଳ୍ପକେ ଟାଇଟଲ ହାସଲରୁ ବଂଚିତ ହୋଇଥିଲା । ଏବେ ରୋହିତଙ୍କ ନେତୃତ୍ୱରେ ଫର୍ମରେ ଥିବା ଭାରତୀୟ ଟିମ ଟି୨୦ ବିଶ୍ୱକପ ଜିତିବ ବୋଲି ସମସ୍ତେ ଆଶା ବାନ୍ଧି ବସିଛନ୍ତି ।

Leave A Reply

Your email address will not be published.