Latest Odisha News

BREAKING NEWS

ରାତିରେ ଘରେ ପଶି କଳାକନା ବୁଲାଇଲେ ଲୁଟେରା, ସୁନା ଅଳଙ୍କାର ସହ ୨୦ ହଜାର ଟଙ୍କା ଲୁଟ୍

ଭଦ୍ରକ: ଘରୁ କଳାକନା ବୁଲାଇଲେ ଲୁଟେରା । ଘର ଲୋକ ଶୋଇଥିବା ବେଳେ ପଶିଗଲେ ଲୁଟେରା । ସୁନା ଅଳଙ୍କାର ସହ ନଗଦ ୨୦ ହଜାର ଟଙ୍କା ଲୁଟିନେଲେ ଲୁଟେରା ।  ଭଦ୍ରକ ଜିଲ୍ଲା ଧାମନଗର ଥାନା ନିର୍ଗୁଣ୍ଡି ପଂଚାୟତ ଗୁହାଳିଆ ଗାଁରେ ଏକ ଘରୁ ଶନିବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଗାଁର ପୀତାମ୍ବର ପ୍ରଧାନଙ୍କ ଘରୁ ଚୋରି ହୋଇଛି । ଝରକା ଭାଙ୍ଗି ଦୁବୃର୍ତ୍ତ ଘରେ ପଶିଥିଲେ । ଯେଉଁ ବାକ୍ସରେ ସୁନା ଅଳଙ୍କାର ଥିଲା ତାକୁ ନେଇ ଫେରା ହୋଇଯାଇଛନ୍ତି ଲୁଟେରା । ପୀତାମ୍ବରଙ୍କ ୨୦ ହଜାର ଟଙ୍କା ମଧ୍ୟ ଲୁଟେରା ନେଇ ଚମ୍ପଟ ମାରିଛନ୍ତି । ସେହି ବାକ୍ସଟିକୁ ଗାଁ ଠାରୁ କିଛି ଦୂରରେ ଏକ ବିଲରେ ଫୋପାଡ଼ି ଦେଇଥିଲେ ଲୁଟେରା ।

ପୀତାମ୍ବର ଏନେଇ ଧାମନଗର ପୁଲିସକୁ ଜଣାଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି । ଏହି ଚୋରି ଘଟଣାରେ ଗାଁର କୌଣସି ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ପୁଲିସ ସବୁ ଦିଗକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

 

Leave A Reply

Your email address will not be published.