Latest Odisha News

BREAKING NEWS

ସୌମ୍ୟଙ୍କୁ ଉପ ସଭାପତି ପଦରୁ ହଟାଇଲା ବିଜେଡି

ଭୁବନେଶ୍ୱର: ଶେଷରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ତାଙ୍କୁ ଦଳର ଉପସଭାପତି ପଦରୁ ହଟା   ଯାଇଛି ।  ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ନିଜ ଖବରକାଗଜ ସମ୍ବାଦରେ ଏକ ଆଲେଖ୍ୟ ଲେଖି ବିବାଦୀୟ ହୋଇ ପଡିଥିଲେ। ଏଥିରେ ସେ ୫ଟି ସଚିବଙ୍କ…

ଏହି ସବୁ ଜିନିଷ ଦାନ ଦେଉଥିଲେ ସାବଧାନ, ହୋଇଯିବ ଅନର୍ଥ…

ଭୁବନେଶ୍ଵର: ସନାତନ ସଂସ୍କୃତିରେ ଜଣେ ଅଭାବୀ ବ୍ୟକ୍ତି କିମ୍ବା ଗରିବ ବ୍ୟକ୍ତିଙ୍କୁ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହା କରିବା ଦ୍ୱାରା ମନୁଷ୍ୟର ସମସ୍ତ ପାପ ଧୋଇଯାଏ ଓ ସେ ଭଲ ଗୁଣ ପ୍ରାପ୍ତ କରନ୍ତି । ଏହି କାରଣ ହେଉଛି ଯେ ହିନ୍ଦୁ ଧର୍ମରେ ଯେକୌଣସି ପର୍ବପର୍ବାଣିରେ ଦାନ ବିନା…

ଜୁଆ ଆଡ୍ଡା ଉପରେ ଚଢାଉ: ୭ ଜୁଆଡି ଗିରଫ, ୭୦ ହଜାର ଟଙ୍କା ସହ ୨୪ ଗାଡି ଜବତ

କରଞ୍ଜିଆ: ଚାଲିଥିଲା ଜୁଆ ଖେଳ ଆଉ ମାଡି ବସିଲା ପୋଲିସ  । ଜୁଆ ଖେଳ ଚାଲିଥିବାବେଳେ ପୋଲିସ ୭ ଜଣଙ୍କୁ ଗିରଫ କରିଛି  । ଏବଂ ନଗଦ ୬୯ ହଜାର ୫୦୦ ଟଙ୍କା ସହ ୨୪ଟି ଗାଡି ଜବତ କରିଛି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ  । ସୂଚନା ମୂତାବକ…

ଆଜି ଶ୍ରୀମନ୍ଦିରରେ କୃଷ୍ଣ ବଳରାମ ବେଶ : ମଧ୍ୟାହ୍ନ ଧୂପ ପରେ ହେବ ନୀତିକାନ୍ତି

ପୁରୀ: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ  ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ | ଦେବୀ  ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ…

‘ସମୁଦ୍ରଯାନ’ ଜଣାଇବ ଗଭୀର ସମୁଦ୍ରର ରହସ୍ୟ: ମିଶନରେ ଯିବେ ୩ଜଣ ମଣିଷ

ନୂଆଦିଲ୍ଲୀ: ଚନ୍ଦ୍ର ଓ ସୂର୍ଯ୍ୟ ମିଶନ ପରେ ଏବେ ଗଭୀର ସମୁଦ୍ରର ରହସ୍ୟ ଜାଣିବା ପାଇଁ ଆଉ ପାଦେ ଆଗେଇଛି ଭାରତ। ସମୁଦ୍ରର ଗଭୀର ଜଳ ରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ । ସମୁଦ୍ରର ଅନେକ ଗଭୀରରେ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ଭାରତ ଆରମ୍ଭ କରିବାକୁ ଯାଉଛି…

ଲିବ୍ୟାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୦୦୦ରୁ ଅଧିକଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶରେ ପ୍ରକୃତିର ତାଣ୍ଡବ । ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ ଡାନିଏଲ’ର ତାଣ୍ଡବ । ପ୍ରଳୟଙ୍କାରୀ ଡାନିଏଲର ତାଣ୍ଡବରେ ଜାରି ରହିଛି ପ୍ରବଳ ବର୍ଷା । ପ୍ରବଳ ବର୍ଷା ପରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ବନ୍ୟା ପାଣିରେ ଭାସିଯାଇ ଅନ୍ୟୁନ ୨୦୦୦ ଲୋକଙ୍କର ମୃତ୍ୟୁ…

ପୂରଣ ହେବ ଖାଲି ପଡ଼ିଥିବା ୧୦୬୫ ଅଧ୍ୟାପକ ପଦବୀ: ଅନଲାଇନରେ ତୁରନ୍ତ କରନ୍ତୁ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ହେବ । ଏ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ,  ରାଜ୍ୟର ବେସରକାରୀ ଏଡେଡ ମହାବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ବିଷୟରେ ଖାଲିଥିବା ୧୦୬୫  ପଦବୀ (ସିଧାସଳଖ ପେମେଣ୍ଟ ପୋଷ୍ଟ) ପୂରଣ କରାଯିବ । ଏଥି ପାଇଁ  ଓଡିଶା…

ରାସ୍ତା ପାଇଁ ରାସ୍ତାରୋକ୍ : ରେଢାଖୋଲ ୫୫ନଂ ଜାତୀୟ ରାଜପଥ ମରାମତି ଦାବି

ରେଢ଼ାଖୋଲ : ରାସ୍ତା ପାଇଁ ରାସ୍ତା ଅବରୋଧ। ଆଜି ସକାଳ ୬ଟାରୁ ୫୫ ନମ୍ବର ଜାତୀୟ ରାଜପଥ ରେଢାଖୋଲ ଭୀମଭୋଈ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି  । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡିମଡ଼ର ଅଟକି ରହିଥିବା ଦେଖିବାକୁ ମିଳିଛି  । ରେଢାଖୋଲ ନାଗରିକ କମିଟି ପକ୍ଷରୁ ଏହି…

ମରକ୍କୋ ଭୂମିକମ୍ପ, ୩ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଛି ଆଫ୍ରିକୀୟ ଦେଶ ମରକ୍କୋ । ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭୂକମ୍ପ କାରଣରୁ ଏବେ ସୁଦ୍ଧା ୩୦୦୦ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅନେକ ବଡ ବଡ…

ଉଦ୍ଧାର ହେଲେ ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି : ସେଲଫି ନେବା ବେଳେ ଖସି ପଡିଥିଲେ

ସମ୍ବଲପୁର: ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର  । ସମଲେଇ ମନ୍ଦିର ଘାଟରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସେଲଫି ନେବାବେଳେ ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ଖସି ପଡିଥିଲେ  । ସୂଚନାନୁସାରେ, ଆଜି ସକାଳେ ସମ୍ବଲପୁରରୁ ଏକ  ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା ।   …