Latest Odisha News

BREAKING NEWS

ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌ର ଆଜି ଶୁଭାରମ୍ଭ

ଭୁବନେଶ୍ୱର: ଆଜି ରାମ ନବମୀ। ଆଜି ଠାରୁ ଶୁଭାରମ୍ଭ ହେବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌। ସବୁଜ ପତାକା ଦେଖାଇ ଟ୍ରେନ୍‌ର ଶୁଭାରମ୍ଭ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକ ରେଳଷ୍ଟେସନରୁ ଆଜି ଏହି ଟ୍ରେନ୍‌ର…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ; ଚାଲିଗଲା ଡ୍ରାଇଭରଙ୍କ ଜୀବନ

କାମାକ୍ଷାନଗର : ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ବାଲିସାହି ନିକଟରେ ଘଟିଛି । ସୂଚନା ଅନୁଯାୟୀ, ଯାଜପୁର…

ଖାଉଟିଙ୍କୁ ଲାଗିଲା ଝଟ୍‌କା; ବଢ଼ିଲା ଓମ୍‌ଫେଡ କ୍ଷୀର ଦର

ଭୁବନେଶ୍ୱର : ପୁଣି ମହଙ୍ଗା ମାଡ଼ । ଚିନ୍ତାରେ ଖାଉଟି । ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ ଓମଫେଡ୍ କ୍ଷୀର ଦର । କ୍ଷୀର ଦର ବୃଦ୍ଧି ନେଇ ଓମ୍‌ଫେଡ କର୍ତ୍ତୃପକ୍ଷ ସୂଚନା ଜାରି କରିଛନ୍ତି । ୫୦୦ ମିଲିଗ୍ରାମକୁ କ୍ଷୀର ୨ ଟଙ୍କା ବୃଦ୍ଧି କରାଯାଇଛି । କୃଷକଙ୍କ ଖର୍ଚ୍ଚ ବୃଦ୍ଧି, ଆନୁଷଙ୍ଗିକ…

ଛଅକାଣ୍ଡର ରାମାୟଣ ଓ ନିର୍ଦ୍ଦୋଷ ରାମ

ରାମ ନବମୀ ଉପଲକ୍ଷେ ଅସିତ କୁମାର ପଣ୍ଡାଙ୍କ ଆଲେଖ୍ୟ  ପୁରୁଷୋତ୍ତମ ଶ୍ରୀରାମଙ୍କୁ ସନାତନ ଧର୍ମ ରେ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ଗ୍ରହଣ କରାଯାଏ । ଆଜି ବି ସତ୍ୟ ଧର୍ମ ନ୍ୟାୟଦ୍ୱାରା ପ୍ରଜାମାନଙ୍କୁ ଉତ୍ତମ ଶାସନ ପ୍ରଦାନ କରିବା ଅର୍ଥରେ ରାମ ରାଜ୍ୟର ପରିକଳ୍ପନା କରାଯାଏ । କହିବା…

ଶ୍ରୀମନ୍ଦିରରେ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ହେଉଛି ପବିତ୍ର ରାମନବମୀ । ଚୈତ୍ର ଶୁକ୍ଲ ତିଥିରେ ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ । ମଧ୍ୟାହ୍ନଧୂପ ପରେ ଏହି ନୀତି ପାଳନ କରାଯିବା ନେଇ ସୂଚନା ରହିଛି । ତେବେ ଏହି ରାମ ଜନ୍ମ ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କାରଣ…

ସାଧୁଙ୍କ ନିୟମ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜଣେ ସାଧୁ ଥିଲେ, ଥରେ ସେ ଏକ କୃଷକ ଘରକୁ ଯାଇଥିଲେ । କୃଷକଟି ତାଙ୍କୁ ବହୁତ ସେବା କଲା । ସାଧୁ ତାଙ୍କୁ ପ୍ରତିଦିନ ନାମ ଜପ କରିବାର କିଛି ନିୟମ କହିଲେ । କୃଷକଟି କହିଲା, ପ୍ରଭୁ! ମୁଁ ସମୟ ପାଇ ପାରୁନାହିଁ । ସାଧୁ କହିଲେ-…

ପବିତ୍ର ରାମନବମୀରେ ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ପବିତ୍ର ରାମନବମୀ। ଚଳଚଞ୍ଚଳ ଗାଁଠୁ ସହର। ମହା ଆଡ଼ମ୍ବରରେ ବିଭିନ୍ନ ସ୍ଥାନରେ ରାମନବମୀ ପାଳନ କରାଯାଏ । ରାମ ଧ୍ୱନୀରେ କମ୍ପୁଛି ସବୁ ପୀଠ ଓ ମନ୍ଦିର । ଭୁବନେଶ୍ୱର ରାମମନ୍ଦିରରେ ଧୂମଧାମରେ ରାମନବମୀ ପାଳନ କରାଯାଉଛି । ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଅନେକ ଦିନ ପରେ ଆଜି ସେ ନିଜକୁ ଖୁବ୍ ହାଲୁକା ମନେ କରୁଛି । ଈଶ୍ୱରାନୁଭବ ଭିତରେ ଯେ ଏପରି କାଉଁରୀ ଶକ୍ତି ଥାଏ, ମନେ ମନେ ସେ ନିଜ ସହ କଥା ହେଲା । ଏବେ ତା’ ଭିତରେ ଏକ ପ୍ରସନ୍ନ, ପରିଚ୍ଛନ୍ନ ଭାବନା ଲହଡ଼ି…

ଭାଷା ଭାଗବତ : ନିଜର ଚିଂତା, କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜେ ବୁଝିଲେ ସବୁ ସ୍ପଷ୍ଟ ଅନ୍ୟକୁ ବୁଝାଇଲେ କଷ୍ଟ ଅଯଥା ହୁଏ ବେଳ ନଷ୍ଟ ଚେତନା ହୁଏ ପଥଭ୍ରଷ୍ଟ ମନ ଯାହା ପାରିଛି ବୁଝି ତାହା ମାନିବା ପାଇଁ ରାଜି ହେଲେ, ମନରୁ ହଟେ ଦ୍ବଂଦ୍ବ ମିଳଇ ବିରଳ ଆନଂଦ ସେହି ଆନଂଦ ପ୍ରାପ୍ତି ପାଇଁ ଅନ୍ୟକୁ…

କବିତା : ରାମ ନବମୀ

ଜ୍ଞାନ ରଞ୍ଜନ ଦାଶ  ବିଶ୍ରବା ଆତ୍ମଜ ଦନୁଜଙ୍କ ରାଜ ଲଙ୍କପତି ଦଶାନନ ନିଧନର ଲକ୍ଷ୍ୟେ ଚୈତ୍ର ଶୁକ୍ଲ ପକ୍ଷେ ଜନ୍ମିତ ରଘୁ ନନ୍ଦନ । ପୁତ୍ରେଷ୍ଠି ଯାଗର କରି ଆୟୋଜନ ଋଷ୍ୟଶୃଙ୍ଗ ପୌରୋହିତ୍ୟେ ଦଶରଥ ଲାଭ କଲେ ଚତୁସ୍ପୁତ୍ର ଜଗତ ଜନଙ୍କ ହିତେ । କୌଶଲ୍ୟା ଉଦରୁ ଉଦେ ନିଶାକର…