Latest Odisha News

BREAKING NEWS

ବନ୍ଦ ହେବ ‘ବିଏସଏନଏଲ’ର ଅନଲିମିଟେଡ଼ କଲ

ଭୁବନେଶ୍ୱର: ଭାରତ ସରକାରଙ୍କ ଟେଲିକମ ସଂସ୍ଥା ‘ବିଏସଏନଏଲ’ ଅନଲିମିଟେଡ଼ କଲ ସେବା ବନ୍ଦ କରିବା ନେଇ ସୋମବାର ଘୋଷଣା କରିଛି । ବର୍ତ୍ତମାନ ଠାରୁ ‘ବିଏସଏନଏଲ’ର ଦୈନିକ କଲ ଲିମିଟ ୨୫୦ ମିନିଟ ରହିବ ।

କମ୍ପାନୀ ଆଣୁଥିବା ନୂଆ ସ୍କିମ, ପ୍ରିପେଡ ପ୍ଲାନ ଯେମିତିକି ୧୮୬, ୪୨୯, ୪୮୫, ୬୬୬ ଓ ୧୬୯୯ ରେ ଉପଲବ୍ଧ ହେବ । ପ୍ରତିଦିନ ୨୫୦ ମିନିଟର ମାଗଣା କଲ ଶେଷ ହୋଇଯିବା ପରେ ଗ୍ରାହକଙ୍କୁ ପୁନଶ୍ଚ କଲ ପାଇଁ ୧ ସେକେଣ୍ଡକୁ ୧ ପଇସା ଦେବାକୁ ହେବ ।

କିଛିଦିନ ତଳେ ‘ବିଏସଏନଏଲ’ ନିଜର ‘ଅଭିନନ୍ଦନ-୧୫୧’ ଡାଟା ପ୍ଲାନକୁ ଅପଡେଟ୍ କରି ୫୦ ପ୍ରତିଶତ ଡାଟା ବୃଦ୍ଧି କରାଇଥିଲା । ପୂର୍ବରୁ ଏହି ପ୍ଲାନରେ ଗ୍ରାହକ ପ୍ରତିଦିନ ୧ ଜି.ବି ଡାଟା ପାଉଥିବା ବେଳେ ବର୍ତ୍ତମାନ ୧.୫ ଜି.ବି ପାଉଛନ୍ତି ।

Leave A Reply

Your email address will not be published.