Latest Odisha News

BREAKING NEWS

ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ନିଶାନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ, ୩୨ ନୂଆ ମନ୍ତ୍ରୀ ନେଲେ ଶପଥ

ପାଟନା: ବିହାର ରାଜନୀତିରେ ଆରମ୍ଭ ହୋଇଛି ଏକ ଏକ ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ଗଠିତ NDA ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରିତ ହୋଇଛି। ପାଟନାର ଐତିହାସିକ ଗାନ୍ଧୀ ମଇଦାନଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୋଟ ୩୨ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏଥିରେ JDU ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମଧ୍ୟ ସାମିଲ ଥିଲେ। ଆଉ ଏହି କ୍ୟାବିନେଟ୍‌ରେ ସବୁଠାରୁ ଚର୍ଚ୍ଚିତ ଚେହେରା ସାଜିଛନ୍ତି ନିଶାନ୍ତ କୁମାର। ସମ୍ରାଟ୍ ଚୌଧୁରୀ ନିଜ ମନ୍ତ୍ରିମଣ୍ଡଳରେ ଏନଡିଏର ସମସ୍ତ ପାଞ୍ଚଟି ଘଟକ ଦଳ- ବିଜେପି, ଜେଡିୟୁ, ଏଲଜେପିଆରଭି, ହମ୍ (HAM) ଏବଂ ଆରଏଲଏମ୍‌କୁ ସ୍ଥାନ ଦେଇ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି ।

ଅବସରପ୍ରାପ୍ତ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ୍ ସୈୟଦ ଅତା ହସନୈନ ସମସ୍ତ ୩୨ ଜଣ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜେଡିୟୁ ସଭାପତି ନୀତିଶ କୁମାରଙ୍କ ସମେତ ଏନଡିଏର ବହୁ ବରିଷ୍ଠ ନେତା ଉପସ୍ଥିତ ରହି ନୂଆ ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଗତ ମାସରେ ନୀତିଶ କୁମାର ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସମ୍ରାଟ୍ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଦୀର୍ଘ ୨୨ ଦିନର ଅପେକ୍ଷା ଏବଂ ବିସ୍ତୃତ ଆଲୋଚନା ପରେ ଆଜି ଶେଷରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି ।

ନିଶାନ୍ତ କୁମାରଙ୍କ ସହ ଅଭିଜ୍ଞ ନେତା ଶ୍ରବଣ କୁମାର, ଅଶୋକ ଚୌଧୁରୀ ଏବଂ ଲେଶି ସିଂହଙ୍କୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ବିଜେପି ପକ୍ଷରୁ ରାମକୃପାଳ ଯାଦବ, ନୀତିଶ ମିଶ୍ର ଏବଂ ଦିଲୀପ ଜୈସୱାଲଙ୍କ ଭଳି ବଡ଼ ନେତାମାନେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଚିରାଗ ପାସୱାନଙ୍କ ଦଳରୁ ଶ୍ରେୟସୀ ସିଂହ, ଜିତନରାମ ମାଝୀଙ୍କ ପୁଅ ଡାକ୍ତର ସନ୍ତୋଷ କୁମାର ସୁମନ ଏବଂ ଉପେନ୍ଦ୍ର କୁଶୱାଙ୍କ ଦଳରୁ ଭଗବାନ ସିଂହ କୁଶୱାଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି ।

Leave A Reply

Your email address will not be published.