Latest Odisha News

BREAKING NEWS

ଫୁଲଟନ ହେଲେ ଭାରତୀୟ ପୁରୁଷ ହକି ଟିମ କୋଚ

ନୂଆଦିଲ୍ଲୀ: ହକି ଇଣ୍ଡିଆ ଶୁକ୍ରବାର କ୍ରେଗ ଫୁଲଟନଙ୍କୁ ଜାତୀୟ ସିନିୟର ପୁରୁଷ ଟିମର କୋଚ ଭାବେ ନିଯୁକ୍ତ କରିଛନ୍ତି । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତକୁ ପଦକ ଜିତାଇଥିବା ଗ୍ରାହାମ ରିଡଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଫୁଲଟନଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ଏହା ପୂର୍ବରୁ ସେ ଅଲିମ୍ପିକ ଚାମ୍ପିୟନ ବେଲଜିୟମର ସହକାରୀ କୋଚ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି । ୪୮ ବର୍ଷୀୟ ଏହି ପୂର୍ବତନ ଷ୍ଟାର ଖେଳାଳି ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୯୯୬ରୁ ୨୦୦୫ ମଧ୍ୟରେ ୧୯୧ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୧୯୯୬, ୨୦୦୪ ଓ ୨୦୦୨ ବିଶ୍ୱକପରେ ମଧ୍ୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ଇଂଲଣ୍ଡ, ଆୟର୍ଲାଣ୍ଡ ଓ ଦକ୍ଷିଣ ଆଫ୍ରିକାର ବିଭିନ୍ନ କ୍ଲବର କୋଚ ଦାୟିତ୍ୱ ସେ ସୁଚାରୁରୂପେ ତୁଲାଇଥିଲେ । ୨୦୧୪ରେ ଆୟର୍ଲାଣ୍ଡର ମୂଖ୍ୟ କୋଚ ଭାବେ ନିଯୁକ୍ତ ହୋଇଥିଲେ ।

୨୦୧୫ ୟୁରୋ ହକି ଚାମ୍ପିୟନଶିପରେ ଆୟର୍ଲାଣ୍ଡ ବ୍ରୋଞ୍ଜ ପଦକ ହାସଲ କରିଥିଲା । ୨୦୧୫ରେ ଏଫଆଇଏଚ ଶ୍ରେଷ୍ଠ କୋଚ ପୁରସ୍କାର ମଧ୍ୟ ସେ ପାଇଥିଲେ । ଏହାର ୪ ବର୍ଷ ପରେ ସେ ବେଲଜିୟମର ସହକାରୀ କୋଚ ହୋଇଥିଲେ । ଭୁବନେଶ୍ୱରରେ ଅନୁଷ୍ଠିତ ୨୦୧୮ ବିଶ୍ୱକପରେ ତାଙ୍କ ଦଳ ଚାମ୍ପିୟନ ହୋଇଥିଲା । ଆଧୁନିକ ହକି ପାଇଁ ଫୁଲଟନଙ୍କ ପ୍ରଶିକ୍ଷଣ ଉଚ୍ଚକୋଟୀର ହୋଇଥିବାରୁ ଏହା ଭାରତକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.