ଗଜପତି: ଜିଲ୍ଲାରେ ବଢ଼ି ଚାଲିଛି କରୋନା କେସ୍ । ୩୮୪ ଜଣ ପଜିଟିଭ୍ ବାହାରେଲେଣି । କେବଳ ଗତ ୮ ଦିନ ଭିତରେ ଚିହ୍ନଟ ହୋଇଛନ୍ତି ୨୨୧ ନୂଆ ଆକ୍ରାନ୍ତ । ୧୮ ତାରିଖରେ ୨୮ ଜଣ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ୨୦ ତାରିଖରେ ୪୭ଜଣ, ୨୨ ତାରିଖରେ ୪୧, ୨୩ ତାରିଖରେ ୭୬ ଓ ୨୪ ତାରିଖରେ ୨୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅର୍ଥାତ୍ ଜିଲ୍ଲାର ମୋଟ୍ ସଂକ୍ରମିତଙ୍କ ୫୫ ପ୍ରତିଶତ କେବଳ ଗତ ସପ୍ତାହେ ଭିତରେ ବାହାରିଛନ୍ତି ।
ରାଜ୍ୟରେ ପଞ୍ଚମ ସ୍ଥାନରେ ଗଜପତି
ମେ ୨୨ ତାରିଖରେ ଗଜପତି ଜିଲ୍ଲାରୁ ପ୍ରଥମ ପଜିଟିଭ୍ କେସ୍ ବାହାରିଥିଲା । ମାସେ ଭିତରେ ସଂକ୍ରମିତଙ୍କ ସଂଖ୍ୟା ୩ ଶହ ଟପିଗଲା । ରାଜ୍ୟରେ ସର୍ବାଧିକ କରୋନା ପ୍ରଭାବିତ ଜିଲ୍ଲାର ପଞ୍ଚମ ସ୍ଥାନରେ ରହିଛି ଗଜପତି ।

ବର୍ତ୍ତମାନ ଗଜପତି ଜିଲ୍ଲାରେ ୨୬୩ ଆକ୍ଟିଭ୍ କେସ୍ ରହିଛି । ମୋଟ୍ ଆକ୍ରାନ୍ତଙ୍କ ୬୮ ପ୍ରତିଶତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୨୧ ଜଣ । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି ଏଯାଏ କରୋନା ଜିଲ୍ଲାରେ କାହାର ଜୀବନ ନେଇ ପାରିନି ।
BREAKING NEWS
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
Comments are closed.