ଗଜପତି: ଜିଲ୍ଲାରେ ବଢ଼ି ଚାଲିଛି କରୋନା କେସ୍ । ୩୮୪ ଜଣ ପଜିଟିଭ୍ ବାହାରେଲେଣି । କେବଳ ଗତ ୮ ଦିନ ଭିତରେ ଚିହ୍ନଟ ହୋଇଛନ୍ତି ୨୨୧ ନୂଆ ଆକ୍ରାନ୍ତ । ୧୮ ତାରିଖରେ ୨୮ ଜଣ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ୨୦ ତାରିଖରେ ୪୭ଜଣ, ୨୨ ତାରିଖରେ ୪୧, ୨୩ ତାରିଖରେ ୭୬ ଓ ୨୪ ତାରିଖରେ ୨୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅର୍ଥାତ୍ ଜିଲ୍ଲାର ମୋଟ୍ ସଂକ୍ରମିତଙ୍କ ୫୫ ପ୍ରତିଶତ କେବଳ ଗତ ସପ୍ତାହେ ଭିତରେ ବାହାରିଛନ୍ତି ।
ରାଜ୍ୟରେ ପଞ୍ଚମ ସ୍ଥାନରେ ଗଜପତି
ମେ ୨୨ ତାରିଖରେ ଗଜପତି ଜିଲ୍ଲାରୁ ପ୍ରଥମ ପଜିଟିଭ୍ କେସ୍ ବାହାରିଥିଲା । ମାସେ ଭିତରେ ସଂକ୍ରମିତଙ୍କ ସଂଖ୍ୟା ୩ ଶହ ଟପିଗଲା । ରାଜ୍ୟରେ ସର୍ବାଧିକ କରୋନା ପ୍ରଭାବିତ ଜିଲ୍ଲାର ପଞ୍ଚମ ସ୍ଥାନରେ ରହିଛି ଗଜପତି ।

ବର୍ତ୍ତମାନ ଗଜପତି ଜିଲ୍ଲାରେ ୨୬୩ ଆକ୍ଟିଭ୍ କେସ୍ ରହିଛି । ମୋଟ୍ ଆକ୍ରାନ୍ତଙ୍କ ୬୮ ପ୍ରତିଶତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୨୧ ଜଣ । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି ଏଯାଏ କରୋନା ଜିଲ୍ଲାରେ କାହାର ଜୀବନ ନେଇ ପାରିନି ।
BREAKING NEWS
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
- Union Budget 2026: ଟିକସ ସ୍ଲାବରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କଣ ରହିଛି…
- ଝାରଖଣ୍ଡ ନିକଟରୁ ୪ ୱିକେଟରେ ହାରିଲା ଓଡିଶା
- Union Budget 2026: ବଜେଟ ସବୁ ବର୍ଗ ପାଇଁ ସହାୟକ: ମୁଖ୍ୟମନ୍ତ୍ରୀ
- Budget 2026: ୧୫ ହଜାର ସ୍କୁଲ ଏବଂ ୫୦୦ କଲେଜରେ ଖୋଲିବ କ୍ରିଏଟର ଲ୍ୟାବ୍; ଗେମିଂରେ ୧୦ ଲକ୍ଷ ନିଯୁକ୍ତି
- ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ଼ ଧରଣର ବ୍ୟୟବରାଦ ଘୋଷଣା କଲେ ସରକାର..
- ବଜେଟରେ ମହଙ୍ଗା ହେଲା ମଦ, ସିଗାରେଟ୍ ଏବଂ ପାନ ମସଲା…
- Union Budget 2026: ଚଳିତ ବଜେଟରେ ପର୍ଯ୍ୟଟନ କ୍ଷେତ୍ରକୁ କଣ ମିଳିଲା…
- Budget 2026: ମେଧାବୀ ଛାତ୍ରୀଙ୍କ ପାଇଁ ବଡ ଘୋଷଣା; ପ୍ରତ୍ୟେକ ଜିଲ୍ଲାରେ ବାଳିକା ଛାତ୍ରାବାସ ପ୍ରତିଷ୍ଠା ହେବ
- Budget 2026: ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି: ଅମିତ ଶାହା
Comments are closed.