Latest Odisha News

BREAKING NEWS

୧୮ କୋଟି ଟଙ୍କାର ଗଞ୍ଜେଇ ଗଛ ଚାଷ ନଷ୍ଟ କଲା ଗଜପତି ପୋଲିସ

ମୋହନା: ଗଜପତି ଜିଲ୍ଲାରେ ମୋହନା ଥାନା ଢେପାଗୁଡା ପଞ୍ଚାୟତ ଯୁଗୀଢ଼ିଅ ଗାଁ ନିକଟରେ ପ୍ରାୟ ୯୧ ଏକରରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ପୋଲିସ ଓ ଅବକାରୀ ବିଭାଗ । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଆନୁମାନିକ ୧୮ କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁସାରେ, ବିଗତ କିଛି ଦିନ ହେବ ଯୁଗାଢିଆ ଗାଁରେ ଗଞ୍ଜେଇ ଚାଷ ଚାଲିଥିଲା। ଏନେଇ ବିଶ୍ୱସ୍ତ ସୂତ୍ରରୁ ପୋଲିସ ଓ ଅବକାରୀ ବିଭାଗକୁ ଖବର ମିଳିଥିଲା । ଏହାପରେ ଉଭୟ ଟିମ୍‌ ମିଳିତ ଭାବେ ଚଢାଉ କରିଥିଲେ । ଏହି ଚଢାଉରେ ପ୍ରାୟ ୯୧ ଏକରର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି ।

Leave A Reply

Your email address will not be published.