Latest Odisha News

ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଧବଳେଶ୍ୱର

ଆଠଗଡ଼: ସମସ୍ତଙ୍କ ପାଇଁ ଖୋଲିଲା କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧା ଧବଳେଶ୍ଵର ପୀଠ । ଆଜିଠୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଦୀର୍ଘ 9 ମାସ ପରେ ବାବା ଧବଳେଶ୍ୱରୁଙ୍କୁ ଚର୍ମଚକ୍ଷୁରେ ଦେଖିଛନ୍ତି ଭକ୍ତ । ମନ୍ଦିର ପରିସରରେ ଭାବ ବିହ୍ୱଳ ହୋଇ ପଡ଼ିଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ଭିତରେ ଦର୍ଶନ ଚାଲିଛି ।

ଗୋଟିଏ ଥରରେ ୫୦ ଜଣ ଭକ୍ତ ୬ଫୁଟ ଦୂରତା ରହି ମନ୍ଦିର ପରିସରରେ ଦର୍ଶନ କରିବେ ।  କୋଭିଡ ନିୟମ ଅନୁସାରେ ଗତ ୮ତାରିଖରେ ପୂଜକଙ୍କ ପରିବାର, ୯ଓ ୧୦ ତାରିଖରେ ମଞ୍ଚେଶ୍ୱର ପଞ୍ଚାୟତବାସୀ ବାବା ଧବଳେଶ୍ୱରଙ୍କ ଦର୍ଶନ କରିଥିଲେ । ଆଜିଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

Leave A Reply

Your email address will not be published.