Latest Odisha News

ପୁରୀ ପ୍ରକଳ୍ପ ପ୍ରସଙ୍ଗରେ ଗଜପତିଙ୍କ ଜବାବ ସନ୍ଦେହ ଜନକ: ନରସିଂହ

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ତେଜିଛି ରାଜନୀତି । ଆଜି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିକଟରେ ଗଜପତି କହିଥିଲେ ଶ୍ରୀମନ୍ଦିର ସୁରକ୍ଷିତ । କିନ୍ତୁ ଗଜପତିଙ୍କ ଏହି ବୟାନ ସନ୍ଦେହଜନକ ବୋଲି ନରସିଂହ ମିଶ୍ର କହିଛନ୍ତି।

ନରସିଂହ ମିଶ୍ର ପୁରୀ ପ୍ରକଳ୍ପ କାମକୁ ନେଇ ସନ୍ଦେହ ପ୍ରକଟ କରି କହିଛନ୍ତି, ପ୍ରଶାସନ ଓ ଅନ୍ୟ କାହାକୁ କିଛି ନ କହି ପୁରୀ ଯାଇ ପ୍ରକଳ୍ପ ସ୍ଥାନକୁ ଅନୁଧ୍ୟାନ କରିଥିଲି । ଯାହା ଦେଖିଲି ତାହା ସନ୍ଦେହ ବଢ଼େଇଛି। ଅନ୍ୟପଟେ ଏହି ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ଗଜପତିଙ୍କ ପ୍ରତିକ୍ରିୟା ମଧ୍ୟ ସନ୍ଦେହଜନକ।

ସେ କହିଛନ୍ତି, ମାର୍ଚ୍ଚ ୩୧ ତାରିଖରେ ଏହି ପ୍ରସଙ୍ଗରେ ବାଚସ୍ପତି ଏକ ଗୃହ କମିଟି ଗଠନ କରିଥିଲେ। ଏହି ଗୃହ କମିଟି ଏପର୍ଯ୍ୟନ୍ତ ଘଟଣାସ୍ଥଳକୁ ପରିଦର୍ଶନ କରିବାକୁ ଯାଇନାହିଁ । ବାଚସ୍ପତିଙ୍କ ଏ ନେଇ ଅବଗତ କରାଇଥିଲି । ସରକାରଙ୍କ କାମ ହେଉଛି ଲୋକଙ୍କ ସନ୍ଦେହ ଦୂର କରିବା କଥା । ନିଜେ ବିଧାନସଭାରେ ଏ କଥା ଉଠେଇଛି । ଲୋକ ପ୍ରତିନିଧିକୁ ବିରୋଧ ହେଉଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଯାଇଛନ୍ତି। କିନ୍ତୁ ସ୍ଥାନୀୟ ବିଧାୟକ ଭିନ୍ନ କଥା କହୁଛନ୍ତି । ଏହାକୁ ନେଇ ରାଜନୀତି ନ ହେଉ।

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ହେରିଟେଜ୍ କରିଡର୍ ପ୍ରକଳ୍ପ ବିବାଦର ପ୍ରମୁଖ କାରଣ ହେଲା ଏଏସଆଇର ନିୟମକୁ ଉଲଙ୍ଘନ କରି ପ୍ରକଳ୍ପ କାମ ହେଉଥିବା ଅଭିଯୋଗ । ଏହାକୁ ନେଇ ଏଏସଆଇ ସଠିକ ଭାବେ ଏ ପ୍ରସଙ୍ଗରେ କିଛି କହୁନଥିବା ବିଜେପି ନେତା ବିଜୟ ମହାପାତ୍ର ବାରମ୍ବାର କହି ଆସୁଛନ୍ତି। ସେପଟେ ରାଜ୍ୟ ସରକାର କହୁଛନ୍ତି କୌଣସି ବେଆଇନ କାମ ହୋଇନି । କିନ୍ତୁ ଶହେ ମିଟର ପରିଧି ଭିତରେ କୌଣସି ଖନନ କାର୍ଯ୍ୟ ହୋଇପାରିବନି ବୋଲି ପ୍ରଶ୍ନରେ ନିରବ ରହିଛନ୍ତି ରାଜ୍ୟ ସରକାର । କେବଳ ପୁରୀ ସାଂସଦ କହିଛନ୍ତି, ଚାରୋଟି ଶୌଚାଳ. ତିଆରି ହେଉଛି । ହେଲେ ମାମଲା କୋର୍ଟରେ ପହଂଚିବା ପରେ ଖୋଳା ହୋଇଥିବା ସ୍ଥାନକୁ ବାଲି ଭର୍ତ୍ତି କରିଛି ପ୍ରଶାସନ ସେହିପରି ଐତିହ୍ୟ ପ୍ରକଳ୍ପରେ ଲାଗିଥିବା ଫଳକରେ ପରିବର୍ତ୍ତନ ହୋଇଛି । ଯାହାକି ରାଜ୍ୟ ସରକାର କେଉଁଠି ନା କେଉଁଠି ଆଇନ ଉଲ୍ଲଂଘନ କରିଥିବାରୁ ଏପରି କାମ କରିଛନ୍ତି ବୋଲି ଅଭିଯୋଗ ହେଉଛି।

Comments are closed.