Latest Odisha News

ଆନ୍ଦୋଳନ ପାଇଁ ପ୍ରସ୍ତୁତି ବେଳେ ମୁହଁ ଖୋଲିଲେ ଗଜପତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏବେ ପ୍ରଶାସନ ବିବାଦ ଘେରକୁ ଠେଲି ହୋଇଯାଉଛି । ଗୋଟିଏ ପଟେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ସପକ୍ଷରେ ପୁରୀ ବଡ ଦାଣ୍ଡକୁ ଶହ ଶହ ଶ୍ରଦ୍ଧାଳୁ ଆସିବେ ବୋଲି ଜଣାପଡିଛି । ଆଉ ଏହାରି ଭିତରେ ଦୀର୍ଘ ଦିନର ନିରବତା ପରେ ଗଜପତି ଜବାବ ରଖି କହିଛନ୍ତି, ପୁରୀ ମନ୍ଦିର ସୁରକ୍ଷିତ । ତେବେ ଏହା ପ୍ରଶାସନର ଚାପରେ ଗଜପତି ମୁହଁ ଖୋଲିଲେ ନା ନିଜ ଆଡୁ କହିଛନ୍ତି ତାହା ମଧ୍ୟ ପ୍ରଶ୍ନ ଘେରରେ । ରାଜ୍ୟ ସରକାରଙ୍କ ପ୍ରକଳ୍ପ ସପକ୍ଷରେ ଗଜପତି ଓ କେତକ ସେବାୟତ ମୁହଁ ଖୋଲିଥିବା ବେଳେ ଅନ୍ୟପଟେ ପ୍ରଶାସନର ପ୍ରାୟୋଜିତରେ ସହରର ଅନେକ ସଙ୍ଗଠନ ମଧ୍ୟ ପ୍ରକଳ୍ପ ସପକ୍ଷରେ ଜିଲ୍ଲାପାଳଙ୍କୁ ସୋମବାର ଦାବିପତ୍ର ଦେଇଛନ୍ତି।

BjdElectrycity

ଅନ୍ୟପଟେ ପ୍ରକଳ୍ପ ବିରୋଧରେ ପୁରୀ ଗସ୍ତରେ ଆସିଥିବା ଆନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଭାପତି ପ୍ରବୀଣ ଭାଇ ତୋଗାଡିଆ ପ୍ରତିକ୍ରିୟା ରଖି ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନରେ ସାମିଲ୍ ହେବାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ପୁରାତନ ମଠ ମନ୍ଦିର ଭାଙ୍ଗି ଐତିହ୍ୟ କରିଡର୍ ନିର୍ମାଣ କରିବା ଆଦୌ ଗ୍ରହଣୀୟ ନୁହେଁ।

ଶ୍ରୀମନ୍ଦିର ହେରିଟେଜ୍ କରିଡର୍ ପ୍ରକଳ୍ପ ବିବାଦର ପ୍ରମୁଖ କାରଣ ହେଲା ଏଏସଆଇର ନିୟମକୁ ଉଲଙ୍ଘନ କରି ପ୍ରକଳ୍ପ କାମ ହେଉଥିବା ଅଭିଯୋଗ । ଏହାକୁ ବିରୋଧ କରି ଏବେ ଆସନ୍ତା ୨୭ ତାରିଖରେ ଶରଧାବାଲିରୁ ସିଂହଦ୍ଵାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ ହେବାକୁ ଯାଉଛି । ଯାହାକୁ ପୁରୀ ଜିଲ୍ଲା ଓକିଲ ସଂଘ ସମର୍ଥନ କରିବ ବୋଲି ଜଣାପଡିଛି।

ସେହିପରି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଏବେ ଶ୍ରୀକ୍ଷେତ୍ର ଦୁଇଗୋଷ୍ଠୀରେ ବିଭାଜିତ ହୋଇଛି। ସହରର ୯୦ ପ୍ରତିଶତ ଲୋକେ ପ୍ରକଳ୍ପ ସପକ୍ଷରେ ଥିବାବେଳେ ଆଉ କିଛି ରାଜନୈତିକ ଦଳର ନେତା ଓ ସଙ୍ଗଠନ ଏହାକୁ ବିରୋଧ କରୁଛନ୍ତି।  ଆନ୍ଦୋଳନକୁ ମୁହଁ ତୋଡ ଜବାବ ଦେବାକୁ ଯାଇ ପୁରୀର ଅଧିକାଂଶ ସଙ୍ଗଠନ ଏକଜୁଟ ହୋଇଛନ୍ତି ।

ସୋମବାର ପୁରୀର ଅନେକ ସଙ୍ଗଠନ, ଶ୍ରୀମନ୍ଦିର ସେଵାୟତ,ଶ୍ରୀକ୍ଷେତ୍ର ସୁରକ୍ଷା ମଞ୍ଚ, ଭୂସମ୍ପତ୍ତି ସୁରକ୍ଷା ପରିଷଦ,ରୋଗୀ କଲ୍ୟାଣ ସୁରକ୍ଷା ସମିତି, ଆଠସାହି ଆଖଡ଼ା କମିଟି ପକ୍ଷରୁ ପ୍ରକଳ୍ପକୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କୁ ଭିନ୍ନଭିନ୍ନ ଦାବିପତ୍ର ଦିଆଯାଇଛି। ସମସ୍ତ ସଙ୍ଗଠନ ପକ୍ଷରୁ ୨୭ ତାରିଖ ପ୍ରତିବାଦ ପଦଯାତ୍ରାକୁ ବିରୋଧ କରି ମାର୍କେଟ ଛକରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

୨୦୨୪ ସୁଦ୍ଧା ପ୍ରକଳ୍ପ କାର୍ୟ୍ୟ ଶେଷ କରି ସମଗ୍ର ବିଶ୍ଵରେ ଜଗନ୍ନାଥ ଧାମର ମହିମା ବୃଦ୍ଧି କରାଯାଉ ବୋଲି ଅଧିକାଂଶ ସଂଗଠନ ଦାବି କରିଛନ୍ତି। ପୁରୀ ସହରର ୯୦ ପ୍ରତିଶତ ଜନ ସାଧାରଣ ପ୍ରକଳ୍ପ ସପକ୍ଷରେ ଅଛନ୍ତି। ମହାପ୍ରଭୁଙ୍କ ପାଇଁ ଅନେକ ଲୋକ ଜମି ଦାନ କରିଛନ୍ତି। ଶ୍ରୀମନ୍ଦିର ସଂଲଗ୍ନ ସାତ ସାହିର ସେବାୟତ ମଧ୍ୟ ଅକୁଣ୍ଠ ଚିତ୍ତରେ ଏହି ପ୍ରକଳ୍ପକୁ ସହଯୋଗ କରୁଛନ୍ତି ।କିଛି ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନେତା,ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ପ୍ରକଳ୍ପକୁ ବିରୋଧ କରି ଆସନ୍ତା ୨୭ ତାରିଖରେ ରାଲି ଓ ଜନ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି।

Leave A Reply

Your email address will not be published.