Latest Odisha News

BREAKING NEWS

ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ରଥଯାତ୍ରା ଶୁଣାଣି

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରେ । ରଥଯାତ୍ରା ହେବ କି ନାହିଁ ତା ଉପରେ ଚାଲିଛି ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେ ଏହି ମାମଲାର ଶୁଣାଣି କରୁଛନ୍ତି ।

ପୁରୀ ଜଗନ୍ନାଥ ଧାମରେ ରଥଯାତ୍ରା ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଯେଉଁ ସମସ୍ତ ରିଭ୍ୟୁ ପିଟିସନ ଆଗତ ହୋଇଥିଲା ତାହାର ଚୂଡ଼ାନ୍ତ ଶୁଣାଣି ସୁପ୍ରିମ୍ କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ନେତୃତ୍ୱାଧିନ ଏକ ତିନି ଜଣିଆ ଖଣ୍ଡପୀଠ କରୁଛନ୍ତି ।

ନାଗପୁରସ୍ଥିତ ବାସଭବନରେ ଥାଇ ଭିଡିଓ କନଫରେନ୍ସିଂ ସାହାଯ୍ୟରେ ଏହି ମାମଲାର ଶୁଣାଣି ଚାଲିଛି । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ସହିତ ଏହି ମାମଲାର ଶୁଣାଣି କରୁଛନ୍ତି ଜଷ୍ଟିସ୍ ଏ ଏସ୍ ବୋପାନ୍ନା ଓ ଜଷ୍ଟିସ୍ ଦୀନେଶ ମାହେଶ୍ବରୀ।

Leave A Reply

Your email address will not be published.