Latest Odisha News

BREAKING NEWS

ବ୍ରାଜିଲ ପରେ ଋଷରେ ଠାବ ହେଲା ଗାମା ଭାରିଆଣ୍ଟ

ନୂଆଦିଲ୍ଲୀ : ବ୍ରାଜିଲରେ ପରେ ଏବେ ଋଷରେ ଠାବ ହେଲା ଗାମା ଭାରିଆଣ୍ଟ । ଡେଲଟା ଭାରିଆଣ୍ଟର କାୟା ଜାରି ରହିଥିବା ବେଳେ, ଏବେ ଗାମା ଭାରିଆଣ୍ଟର ସନ୍ଧାନ ଋଷ ସରକାରଙ୍କ ଲାଗି ଚିନ୍ତାର କାରଣ ହୋଇଛି । ସେପଟେ ଭେକ୍ଟର ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରସ୍ତୁତ ଏପିଭ୍ୟାକ କରୋନା ଭାକ୍ସିନ ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ଡେଲଟା ପରି ଗାମା ଭାରିଆଣ୍ଟ ଅତି ଶୀଘ୍ର ସଂକ୍ରମିତ ହୋଇଥାଏ । ଏହା ସଂକ୍ରମିତ ହେଲେ ମଣିଷର ଆଣ୍ଟିବଡି ଯଥେଷ୍ଟ ହ୍ରାସ ପାଇଥାଏ । ଦେଶରେ ବ୍ୟାପକ ଟିକାକରଣ ଅଭାବରୁ ଭାଇରସର କାୟା ବଢୁଛି ବୋଲି କୁହାଯାଉଛି । ଏବେ ହାରାହାରି ୨୪ ହଜାର ସଂକ୍ରମିତ ହେଉଥିବା ବେଳେ, ଗାମା ଭାରିଆଣ୍ଟର ପ୍ରଭାବ ସ୍ଥିତିକୁ ଅଧିକ ସଂଗୀନ କରିପାରେ ।

ଗତ ଜାନୁଆରୀରେ ଗାମା ଭାରିଆଣ୍ଟ ପ୍ରଥମେ ବ୍ରାଜିଲରେ ଠାବ ହୋଇଥିଲା । ଏବେ ଏହି ଭାରିଆଣ୍ଟ ପ୍ରାୟ ୧୦ଟି ଦେଶରେ ବ୍ୟାପିଛି । ଏହାକୁ ଲିନିଏଜ P1 ବୋଲି ମଧ୍ୟ କୁହାଯାଉଛି । ଏହି ଭାରିଆଣ୍ଟ ଗତ ଜାନୁଆରୀରେ ବ୍ରାଜିଲର ମାନାଉସରେ ବ୍ୟାପକ ସଙ୍କଟ ସୃଷ୍ଟି କରିଥିଲା । ଏହାର ଦୁଇଟି ଉପଭାରିଆଣ୍ଟ ବି ରହିଛି । ଯାହାକୁ 28AM1 ଓ 28AM2 କୁହାଯାଉଛି ।

Leave A Reply

Your email address will not be published.