Latest Odisha News

BREAKING NEWS

ଖୋଲୁଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫିକ କାରନାମା, ବନ୍ଧା ହେଲେଣି ୧୧ ଜଣ

ମୁମ୍ବାଇ : ଖୋଲୁଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫିକ କାରବାର କୁହୁକ ପେଡି । ତଦନ୍ତ ଯେତିକି ଆଗକୁ ବଢୁଛି, ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅନ୍ୟପଟେ ମୁମ୍ବାଇର ଅନ୍ଧେରୀ ଓ୍ବେଷ୍ଟସ୍ଥିତ ଅଫିସରୁ ପୋଲିସ ଜବତ କରିଛି ସର୍ଭର ଓ ଅନ୍ୟାନ୍ୟ ସାମଗ୍ରୀ । ରାଜ କୁନ୍ଦ୍ରା ପ୍ରାୟ ୧୦୦ ପର୍ଣ୍ଣୋଗ୍ରାଫିକ ଫିଲ୍ମ ସୁଟିଂ କରିଥିଲେ ବୋଲି ପୋଲିସ କହିଛି ।

ଗିରଫ ହେବା ପରେ ଅନେକ ଫିଲ୍ମକୁ ଡିଲିଟ କରି ଦିଆଯାଇଛି । ତାଙ୍କର ହଟସଟ ଆପରେ ପ୍ରାୟ ୨୦ ଲକ୍ଷ ପେଡ୍ ସବସ୍କ୍ରାଇବର ଥିବାର ପ୍ରମାଣ ମିଳିଛି । ସେପଟେ କେବଳ ଅଭିନେତ୍ରୀଙ୍କୁ ନୁହେଁ, ନବାଗତ ଯୁବକଙ୍କୁ ମଧ୍ୟ କରାଯାଉଥିଲା ଶୋଷଣ । ନବାଗତଙ୍କୁ ବିଭିନ୍ନ ସିରିଜରେ କାମ କରିବା ଲାଗି ପ୍ରଲୋଭିତ କରାଯାଉଥିଲା । ସେମାନଙ୍କୁ କବଜା କରାଯିବା ପରେ ତାଙ୍କଠାରୁ ବିଭିନ୍ନ ରାଜିନାମାରେ ସ୍ବାକ୍ଷର ନିଆଯାଉଥିଲା । ଅଭିନେତ୍ରୀମାନଙ୍କ ସହ ବିଭିନ୍ନ ପ୍ରକାର ଉତ୍ତେଜକ ଦୃଶ୍ୟ ସୁଟିଂ ଲାଗି ସେମାନଙ୍କୁ ବାଧ୍ୟ କରାଯାଉଥିଲା ।

ସେହିପରି ଅଭିନେତ୍ରୀଙ୍କଠାରୁ ମଧ୍ୟ ଲିଖିତ ଭାବେ ଘୋଷଣାନାମା ରଖାଯାଉଥିଲା । ଥରେ ସେମାନେ କୁନ୍ଦ୍ରାଙ୍କ ମାୟାଜାଲରେ ପଡିଲେ ମୁକୁଳିବା କଷ୍ଟସାଧ୍ୟ ଥିଲା । ଫ୍ଲିଜ ମୁଭିଜରେ କାମ କରିବା ଏବଂ ୧୦ ହଜାର ଟଙ୍କା ପ୍ୟାକେଜରେ ସ୍ବଇଚ୍ଛାରେ ସମସ୍ତ ପ୍ରକାର ସିନ୍ ଲାଗି ଇଚ୍ଛୁକ ବୋଲି ଏହି ରାଜିନାମାରେ ଲିଖିତ ରହୁଥିଲା । ସେପଟେ ଗେହେନା ବଶିଷ୍ଠ, ପୁନମ ପାଣ୍ଡେଙ୍କ ପରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଶରଲିନ ଚୋପ୍ରା । ଏପରି ଘଟଣାରେ ଅନ୍ୟମାନଙ୍କ ପରି ଚୁପ୍ ନରହି ସାଇବର ସେଲ ନିକଟରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି ଶରଲିନ୍ ଚୋପ୍ରା ।

Leave A Reply

Your email address will not be published.