Latest Odisha News

BREAKING NEWS

ଡ୍ରେସିଂ ରୁମ ବିବାଦ ସମ୍ପର୍କରେ ମୁହଁ ଖୋଲିଲେ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ ଟିମ ଇଂଲଣ୍ଡକୁ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ୪-୧ରେ ପରାଜିତ କରିଛି । ଏବେ ଟିମ ଇଣ୍ଡିଆ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହା ପରେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ ଟିମ ଯିବ । ଟିମର ଡ୍ରେସିଂ ରୁମରେ ଖେଳାଳିମାନଙ୍କ ମତଭେଦ ରହିଥିବା ସମ୍ପର୍କରେ କୋଜ ଗୌତମ ଗମ୍ଭୀର ମୁହଁ ଖୋଲିଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟେଷ୍ଟ ଟିମ ଶୋଚନୀୟ ଭାବେ ୧-୩ରେ ପରାଜିତ ହୋଇଥିଲା । ଏହା ପରେ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ମତଭେଦ ଥିବା ଖବର ପ୍ରକାଶ ପାଇଥିଲା ।

ଗମ୍ଭୀର କହିଛନ୍ତି ଦଳରେ ଖେଳାଳିମାନେ ଏଠାକୁ କ୍ରିକେଟ ଖେଳିବାକୁ ଆସିଛନ୍ତି । ସେମାନେ ଅନେକ ମ୍ୟାଚ ଏକତ୍ର ଖେଳିଛନ୍ତି । ଯାହା କିଛି ଖବର ସମ୍ମୁଖକୁ ଆସୁଛି ସେଥିରେ ସତ୍ୟତା ନାହିଁ । ଭାରତୀୟ କ୍ରିକେଟ ଓ ଏହାର ପ୍ରଶଂସକଙ୍କ ଶୈଳୀ ସମ୍ପୂର୍ଣ୍ଣ ଭାବେ ଭିନ୍ନ । ଯଦି ସବୁ କିଛି ଠିକଠାକ ଚାଲୁଛି ତାହାହେଲେ ଏ ଭଳି ଖବର ସମ୍ମୁଖକୁ ଆସି ନ ଥାଏ । ଯଦି ଦଳ ଖରାପ ପ୍ରଦର୍ଶନ କରିଥାଏ ତାହାହେଲେ ନକରାତ୍ମକ ଖବରମାନ ସମ୍ମୁଖକୁ ଆସିଥାଏ । ଖେଳାଳିମାନେ ଦେଶ ପାଇଁ ସର୍ବଦା ଭଲ ଖେଳିବାକୁ ଚାହିଁଥାନ୍ତି । ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବା ଉଚିତ ବୋଲି ଗମ୍ଭୀର କହିଛନ୍ତି ।

Comments are closed.