ଭୁବନେଶ୍ବର: ଖବର ଶୁଣିଥିବେ ଫ୍ରିଜର କମ୍ପ୍ରେସର୍ ଫାଟିବା କାରଣରୁ ଜୀବନ ଚାଲିଯାଇଛି । ତେବେ କାହିଁକି ଫ୍ରିଜ୍ ବିସ୍ଫୋରଣ ହୁଏ ଆପଣ ଜାଣିଛନ୍ତି କି ? ଫ୍ରିଜକୁ ଯଦି ସଠିକ୍ ସ୍ଥାନରେ ନ ରଖାଯାଏ ତାହେଲେ ବିସ୍ଫୋରଣ ହେବାର ସମ୍ଭାବନା ଦେଖାଯାଏ । ତେବେ ଘରର କେଉଁ ସ୍ଥାନରେ ଫ୍ରିଜକୁ ରଖିଲେ ଏଭଳି ଦୁର୍ଘଟଣାକୁ ଏଡାଇ ପାରିବେ ଆସନ୍ତୁ ଜାଣିବା..
ଯଦି ଆପଣ ଫ୍ରିଜର କମ୍ପ୍ରେସର୍ ସାଇଡକୁ କବାଟ ନଥିବା କିମ୍ବା ଭେଣ୍ଟିଲେସନର କୌଣସି ବ୍ୟବସ୍ଥା ନଥିବ ପଟରେ ରଖୁଛନ୍ତି । ତେବେ କମ୍ପ୍ରେସର ସାଧାରଣ ଠାରୁ ଅଧିକ ଗରମ ହୋଇଯାଏ ଏବଂ ବିସ୍ଫୋରଣ ହେବାର ସମ୍ଭାବନା ଦେଖାଯାଏ । ବିଜୁଳି ଫ୍ଲକଚୁଏଟ୍ ହେଉଥିବା ସ୍ଥାନରେ ଫ୍ରିଜକୁ ରଖନ୍ତୁ ନାହିଁ । ଏପରି ସ୍ଥାନରେ ରଖିଲେ ଫ୍ରିଜର କମ୍ପ୍ରେସର୍ ଉପରେ ପ୍ରେସର୍ ପଡ଼େ ଏବଂ ଏହାଦ୍ୱାରା ଫ୍ରିଜରେ ବିସ୍ଫୋରଣ ହେଲା ଭଳି ମଧ୍ୟ ସମସ୍ୟା ହୋଇପାରେ ।
ଫ୍ରିଜରେ କମ୍ପ୍ରେସର୍ ସ୍ଥାନରେ କୌଣସି ଅସୁବିଧା ହେଉଛି ତାହେଲେ ଉକ୍ତ କମ୍ପାନୀର ସର୍ଭିସ୍ ସେଣ୍ଟରରେ ହିଁ ଫ୍ରିଜର ମରାମତି କରନ୍ତୁ । ଏହାଦ୍ୱାରା କମ୍ପାନୀ ଅସଲି ପାର୍ଟସର ଗ୍ୟାରେଣ୍ଟି ଦେବ ।
ଫ୍ରିଜ ବ୍ୟବହାର କଲା ସମୟରେ ଏହାର ତାପମାନ ନିମ୍ନତ୍ତମ ସ୍ତରକୁ ଆଣନ୍ତୁ ନାହିଁ ଏହାଦ୍ୱାରା କମ୍ପ୍ରେସର ଉପରେ ପ୍ରେସର୍ ପଡ଼େ । କମ୍ପ୍ରେସର ସେତେବେଳେ ଗରମ ଅବସ୍ଥାକୁ ଚାଲିଯାଏ । ଫଳରେ ଫ୍ରିଜ୍ ଫାଟିବାର ସମ୍ଭାବନା ଅଧିକ ବଢିଯାଏ ।
ଫ୍ରିଜକୁ କାନ୍ଥ ପାଖରେ ରଖନ୍ତୁ ନାହିଁ | ଫ୍ରିଜ୍ ଏବଂ କାନ୍ଥ ମଧ୍ୟରେ ପର୍ଯ୍ୟାପ୍ତ ଖାଲି ସ୍ଥାନ ରହିବା ଉଚିତ୍ । ଫ୍ରିଜ ଦଶ ବର୍ଷରୁ ଅଧିକ ପୁରୁଣା ହୋଇଥିଲେ ସମୟ ସମୟରେ ଯାଞ୍ଚ କରନ୍ତୁ । ଯଦି ଫ୍ରିଜ କମ୍ପ୍ରେସର୍ ବହୁତ ଜୋରରେ ଶବ୍ଦ କରୁଛି କିମ୍ବା ଏଥିରୁ କୌଣସି ଶବ୍ଦ ଆସୁନାହିଁ, ତେବେ ଜାଣି ଯାଆନ୍ତୁ କମ୍ପ୍ରେସର୍ ରେ କିଛି ଗଡବଡ ଅଛି।
ତେବେ ଏଭଳି ଛୋଟ ଦିଗ ପ୍ରତି ଧ୍ୟାନ ଦେଇ ନିଜେ ସୁରକ୍ଷିତ ରହିବା ସହ ଆପଣଙ୍କ ଫ୍ରିଜକୁ ବିସ୍ଫୋରଣରୁ ରକ୍ଷା କରିପାରିବେ ।
Comments are closed.