Latest Odisha News

ଗମ୍ଭୀର କହିଲେ ଏହି ଖେଳାଳି ଦଳ ପାଇଁ ସବୁଠାରୁ ମୂଲ୍ୟବାନ

ନୂଆଦିଲ୍ଲୀ: ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ମୂଖ୍ୟ କୋଚ ଗୌତମ ଗମ୍ଭୀର ଏବେ କିଛି ଦିନ ବିଶ୍ରାମ କରିବେ ବୋଲି ନିଷ୍ପତି ନେଇଛନ୍ତି । ସୀମିତ ଓଭର ବିଶିଷ୍ଟ ମୁକାବିଲାରେ ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ମୂଲ୍ୟବାନ ଖେଳାଳି ବୋଲି ସେ କହିଛନ୍ତି । ଧଳା ବଲ କ୍ରିକେଟରେ ହାର୍ଦ୍ଦିକ ଚାପ ଭରା ପରିସ୍ଥିତିରେ ଯେଉଁ ଭଳି ପ୍ରଦର୍ଶନ କରୁଛନ୍ତି ତାହାକୁ ଯେତେ ପ୍ରଶଂସା କରାଯିବ କମ ହେବ । ସେ ଯେ କୌଣସି ପରିସ୍ଥିତିରେ ବଡ ଶଟ ଖେଳିବା ଦକ୍ଷତା ରଖିଥିବାରୁ ଭାରତ ଫାଇଦାରେ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ହାର୍ଦ୍ଦିକ ମାତ୍ର ୧୮ ରନ କରିଥିଲେ ମଧ୍ୟ ତାହା ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିଲା ।

କେଏଲ ରାହୁଲ ଶେଷ ଭାଗରେ ୩୩ ବଲରେ ୩୪ ରନ କରିବା ସହ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବର୍ତମାନ ବିଶ୍ୱ କ୍ରିକେଟରେ ହାର୍ଦ୍ଦିକଙ୍କ ପରି ଜଣେ ଦୁଇ ଜଣ ଖେଳାଳି ରହିଛନ୍ତି । ଗମ୍ଭୀରଙ୍କ କୋଚିଂ କ୍ୟାରିୟରରେ ଭାରତ ପ୍ରଥମ ଟାଇଟଲ ହାସଲ କରିଛି । ଏହା ପୂର୍ବରୁ ଦଳର କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ତାଙ୍କ କୋଚିଂ ଦକ୍ଷତା ନେଇ ପ୍ରଶ୍ନ ଉଠିଥିଲା । ହାର୍ଦ୍ଦିକ ଏବେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ । ଗତ ସଂସ୍କରଣରେ ତାଙ୍କ ନେତୃତ୍ୱରେ ମୁମ୍ବାଇ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ।

Comments are closed.