Latest Odisha News

BREAKING NEWS

ଅପରାଧର ସବୁ ସୀମା ପାର୍, ରୋଗୀ ଏମର୍ଜେନ୍ସି ଆଳରେ ଆମ୍ବୁଲାନ୍ସରେ ହେଉଛି ଗଞ୍ଜେଇ ଚାଲାଣ

ଭୁବନେଶ୍ୱର: ଅପରାଧର ସବୁ ସୀମା ଟପିଲା। ଏଥର କୌଣସି କାର କିମ୍ବା ବାଇକରେ ନୁହେଁ ବରଂ ଅତି ଚତୁରାତର ସହ ଆମ୍ବୁଲାନ୍ସରେ କରାଯାଉଛି ଗଞ୍ଜେଇ ଚାଲାଣ। ରୋଗୀ ଏମର୍ଜେନ୍ସି ଆଳ ଦେଖାଇ ପାରି ହେଉଥିଲେ ବେପାରୀ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ଧରାପଡିଲେ। କଟକରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ହେଉଥିଲା। ୨୫କେଜି ଗଞ୍ଜେଇ ସହ ଆମ୍ବୁଲାନ୍ସ ଜବତ ହୋଇଛି।

ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ୪ ଜଣଙ୍କ କ୍ରାଇମ୍ ହିଷ୍ଟ୍ରି ଯାଞ୍ଚ ଚାଲିଛି। ବିଳମ୍ବିତ ରାତ୍ରିରେ ଚାଲାଣ କରୁଥିଲେ। ସକାଳୁ ସକାଳୁ ପୋଲିସ ନାକା ଚେକ୍ ବେଳେ ଧରାପଡିଲେ। କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ଧରାପଡ଼ିଲା ଗଞ୍ଜେଇ ଚାଲାଣ। ଗିରଫ ପରେ ଅଧିକ ତଦନ୍ତ କରୁଛି କମିଶନରେଟ ପୋଲିସ।

ସେହିପରି ମାର୍ଚ୍ଚ ମାସରେ ଆମ୍ବସଢା ଆଳରେ ଗଞ୍ଜେଇ ଚାଲାଣ ବେଳେ ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ ହୋଇଥିଲା । ବ୍ୟାଙ୍କକରୁ ଭୁବନେଶ୍ବର ଚାଲାଣବେଳେ ମାଡ଼ି ବସିଲା DRI । ଟ୍ରଲି ବ୍ୟାଗରେ ସିକ୍ରେଟ ଚାମ୍ବରରେ ରଖି ଚାଲାଣ କରାଯାଉଥିଲା । ଚଢାଉରେ ଦୁଇ ଜଣ ତାମିଲନାଡୁର ପାସେଞ୍ଜରକୁ ଧରିଛି DRI ଟିମ୍ । ସେମାନଙ୍କଠାରୁ ୬କେଜିର ମାରିଜୁଆନା ବା ହାଇଡ୍ରୋପୋନିକ ଓ୍ବିଡ୍ ଜବତ ପରେ କଷ୍ଟମସକୁ ହସ୍ତାନ୍ତର କରାଯାଇଥିଲା ।

Comments are closed.