ଲକ୍ଷ୍ନୌ: ଚଳିତ ଆଇପିଏଲରେ ରିଷଭ ପନ୍ତ ବ୍ୟକ୍ତିଗତ ପ୍ରଦର୍ଶନ ଓ ନେତୃତ୍ୱ ଦକ୍ଷତା ନେଇ ବାରମ୍ବାର ସମାଲୋଚିତ ହୋଇ ଆସୁଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ଏବେ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ କରୁଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଲକ୍ଷ୍ନୌ ୨୨୯ ରନର ଟାର୍ଗେଟକୁ ରୋକି ପାରି ନ ଥିଲା । ରିପୋର୍ଟ ମୁତାବକ ପନ୍ତ ଅଧିନାୟକ ଦାୟିତ୍ୱ ନେଇ ଚାପରେ ରହୁଛନ୍ତି । ଏଥିଯୋଗୁ ତାଙ୍କ ପ୍ରଦର୍ଶନ ମଧ୍ୟ ପ୍ରଭାବିତ ହେବାରେ ଲାଗିଛି । ଟିମ ମ୍ୟାନେଜମେଂଟ ତାଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ଚିନ୍ତା କରୁଛି ।
ମୁମ୍ବାଇ ପରୋକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଦାୟିତ୍ୱ ଦେଇଥିଲ । ଦଳ ବିଜୟଧାରାକୁ ଫେରିବାରେ ସଫଳ ହୋଇଛି । ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଏ ପର୍ଯ୍ୟନ୍ତ ଓଭରାଲ ୧୪ ମ୍ୟାଚରୁ ୮ରେ ପରାଜିତ ହୋଇଛି । ପନ୍ତ ୨୦୨୫ରେ ୧୪ ମ୍ୟାଚରେ ୨୬୯ ରନ କରିଥିବା ବେଳେ ଏଥର ୯ ମ୍ୟାଚରୁ ୨୦୪ ରନ ସଂଗ୍ରହ କରିଛନ୍ତି । ୨୭ କୋଟି ଟଙ୍କାରେ ଲକ୍ଷ୍ନୌ ପନ୍ତଙ୍କୁ ମେଗା ନିଲାମରେ ନେଇଥିଲା । ମାତ୍ର ତାଙ୍କ ପ୍ରଦର୍ଶନ ପ୍ରଶଂସକ ଓ ଟିମକୁ ବ୍ୟଥୀତ କରିଛି ।