Latest Odisha News

BREAKING NEWS

ସବୁବର୍ଗର ଲୋକଙ୍କ ସହ ଗାନ୍ଧିଜୀଙ୍କର ଅନ୍ତରଙ୍ଗ ସମ୍ପର୍କ ରହିଥିଲା

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାରର ୫୯ ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ ‘ଅନ୍ତରଙ୍ଗ ଅନୁଭୂତିରେ ଗାନ୍ଧୀ’ ଶୀର୍ଷକରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା।

ଏହି ଉତ୍ସବରେ ଆଲୋଚକ ଭାବରେ ସଂଗ୍ରାମ ଜେନା ଯୋଗ ଦେଇ ଗାନ୍ଧୀଜୀ କିପରି ଭାବରେ ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଥିଲେ ସେ ବିଷୟରେ ଆଲୋଚନା କରିଥିଲେ। ନୀତି ଆଦର୍ଶ ଓ ବିଚାରର ଉର୍ଦ୍ଧ୍ବରେ ରହି ସେ ଲେଖିଥିବା ଅସଂଖ୍ୟ ଚିଠି ସେସବୁର ପ୍ରମାଣ ବହନ କରେ ବୋଲି ସେ ମତ ପ୍ରକାଶ କରିଥିଲେ। କେବଳ ଏତିକି ନୁହେଁ ଓଡ଼ିଶାକୁ ସେ ଯେତେଥର ଆସିଥିଲେ ଅନେକ ବର୍ଗର ଲୋକମାନଙ୍କ ସହ ମିଶିଥିଲେ ଏବଂ ସେମାନଙ୍କ ଘରେ ରହୁଥିଲେ। ଏପରିକି ସେମାନଙ୍କ ବ୍ୟକିଗତ ସ୍ଥିତି ନେଇ ଚିଠି ଲେଖୁଥିଲେ। ଏହା ନିଶ୍ଚିତ ଭାବରେ ତାଙ୍କ ଆଦର୍ଶ ବାହାରେ ଅନ୍ତରଙ୍ଗ ଭାବରେ ଏକ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିଥିଲା ବୋଲି ଶ୍ରୀ ଜେନା ତାଙ୍କ ଆଲୋଚନା ମାଧ୍ୟମରେ ଉପସ୍ଥାପିତ କରିଥିଲେ।

ଅଭିଲେଖାଗାରର ଅଧିକ୍ଷକ ଶେଖ ସୁଲେମାନ ଅଲ୍ଲୀଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଶେଷରେ ଉପେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed, but trackbacks and pingbacks are open.