Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ପାଞ୍ଚଟି ପଞ୍ଚାୟତ ନିର୍ବାଚନ ବ୍ୟଙ୍ଗ

(୧)
ଆରଥର ଅର୍ଦ୍ଧାଙ୍ଗୀନି ଏଥରକ
ନିଜେ ଯେବେ ଜିତନ୍ତି;
ତାହାକୁ ଅସଲରେ ସର୍ବାଙ୍ଗୀନ
ବିକାଶ ବୋଲି କହନ୍ତି!

(୨)
ଆରଥର ମାଛ ଚିହ୍ନ ପାଇ
ମାଛ ବାଣ୍ଟି ଜିତିଥିଲେ ;
ତା ପୂର୍ବଥର ଛତା ବାଣ୍ଟିବାରୁ
ଲୋକେ ସେ ଚିହ୍ନରେ ଭୋଟଦେଲେ!
ହେଲେ ଏଥରକ ଭାଗରେ
ପଡିଛି ସୂର୍ଯ୍ୟ ଚିହ୍ନ;
ୟେଟା କଲୁନି ସେଇଟା କଲୁନି ବୋଲି
ଜଳୁଛନ୍ତି ଲୋକ ପୋଡି ଯାଉଛି ମନ!!

(୩)
ଯିଏ ଆଗରୁ ଥରେ ଜିତି ପୁଣି
ବିକାଶ କରିବ ବୋଲି ଚାଁହୁଛି
ଉତ୍ସାହିତ ହୁଅନି ସିଏ ନିଜ
ଗାଡି ସମ୍ପତ୍ତିବାଡି କଥା କହୁଛି !

(୪)
ଗର୍ଭବତୀ ସମ ଚେହରାଧାରୀ ନେତା
ଯେବେ ଭୋଟ ଭିକ୍ଷା ପାଇଁ ପହଞ୍ଚିଲେ ;
ଲୋକେ ପଚାରିଲେ – ଆଃହା…
ବସିବା ଅବସ୍ଥାରେ କାହିଁକି ଛିଡାହେଲେ!

ନେତା- ନିର୍ବାଚନ କମିଶନ ଯେବେ ଘରଘର
ବୁଲି ପ୍ରଚାର କରିବାକୁ ନିର୍ଦ୍ଦେଶ ଦେଲେ;
ଜିତ କି ହାର ପେଟ ତ କମିବ ବୋଲି
ଘରଲୋକେ ପ୍ରାର୍ଥିପତ୍ର ଦାଖଲ କରେଇଲେ!!

ଅତଏବ ଭାଇ ଭୋଟ ନୁହଁ ଏ ପେଟର ନାଟ
ଏଥର ନିର୍ବାଚନରେ ମୋ ପେଟକୁ କମେଇ;
ତମ ପେଟପାଟଣା କଥା ମୁଁ ବୁଝିବି ଯଦି
ବିପୁଳ ସଂଖ୍ୟାରେ ମୋତେ ଦେବଟି ଜିତେଇ!

ଲୋକେ କହିଲେ ନାଇଁ ଭଲହେବ ଆପଣଙ୍କ
ଚେହେରା ଓ ପେଟଟା ଏମିତି ଥିଲେ;
ଆକାରରେ ହେଉପଛେ ଆମ ପଞ୍ଚାୟତକୁ
ବହୁଦିନ ପରେ ଜଣେ ବଡ ନେତା ମିଳିଗଲେ!

ତା ଛଡା ଆଗରୁ ଯେତେଜଣଙ୍କୁ ଜିତାଇଛୁ
ସଭିଏଁ ଏକକୁ ଆରେକ ମହାଖାଉ ;
ଆପଣ କିନ୍ତୁ ବ୍ୟତିକ୍ରମ ହେବେ କାରଣ
ପେଟ ତ ଏମିତି କଣଟା ଖାଇବେ ଆଉ !!

ନେତା ମନେ ମନେ ଭାବିଲେ ସେଇଥି ପାଇଁ
ତ ମୁଁ ଏଥର ଲଢୁଛିରେ ଭାଇ ଭୋଟ;
ଗାଁଆ ଗାଆଁ ବୁଲି ପ୍ରଚାର ସାରିକି
ଜିତିଲା ବେଳକୁ କମିଯାଇନଥିବ ମୋ ପେଟ !!!

(୫)
ପତ୍ନୀ ସରପଞ୍ଚ ହେଲା ପରେ
ପତି ତାଙ୍କ ପିଛା ଛାଡନ୍ତି ନାଇଁ;
ଡରଥାଏ ଯଦି ଅସଲ ରୂପ ଦେଖେଇବେ
ଘର ପରି ପଞ୍ଚାୟତଟା ସମ୍ଭାଳି ହେବନାଇଁ !!

Comments are closed, but trackbacks and pingbacks are open.