Latest Odisha News

BREAKING NEWS

ନାଟ୍ୟ ମଣ୍ଡପର କଳା ଓ ସ୍ଥାପତ୍ୟ (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”

ନାଟ୍ୟ ମଣ୍ଡପର ମଧ୍ୟ ଭାଗରେ ଥିବା ଷୋହଳଗୋଟି ସ୍ତମ୍ଭର ଚତୁଃପାଶ୍ୱର୍ରେ ଥିବା ଭାସ୍କର୍ଯ୍ୟ ତଥା ଚିତ୍ରଣର ବିବରଣୀ ନିମ୍ନରେ ପ୍ରଦାନ କରାଗଲା । ପ୍ରଦତ୍ତ ନକ୍ସାର ଅନୁସରଣ କଲେ ବିବରଣୀ ପ୍ରାଞ୍ଜଳ ଭାବେ ବୁଝିହେବ ।

ସ୍ତମ୍ଭ- କ୧.

ପୂର୍ବ:- ଶ୍ରୀକୃଷ୍ଣଙ୍କ ନାବକେଳି ଦୃଶ୍ୟ । କୂଳରେ ଗୋପାଙ୍ଗନାମାନେ ଉପସ୍ଥିତ ।
ଦକ୍ଷିଣ :- ବାହ୍ୟ ସ୍ତମ୍ଭ ସଂଯୁକ୍ତ
ପଶ୍ଚିମ :- ଗଣେଶଙ୍କ ଚିତ୍ର ଅଙ୍କିତ
ଉତ୍ତର :- ସୁଗ୍ରୀବ ସସ୍ତ୍ରୀକ ଦଣ୍ଡାୟମାନ

ସ୍ତମ୍ଭ- କ୨.

ପୂର୍ବ:- ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ଦୁଇ ପାଶ୍ୱର୍ରେ ଶିବ ଓ ନାରଦ                                                                  ଦକ୍ଷିଣ :- ପକ୍ଷୀରାଜ ଅଶ୍ୱ ଚିତ୍ର ଅଙ୍କିତ
ପଶ୍ଚିମ :- ପଞ୍ଚମୁଖୀ ହନୁମାନ ଚିତ୍ର
ଉତ୍ତର :-ଗରୂଡ଼ କାନ୍ଧରେ ଲକ୍ଷ୍ମୀ ନାରାୟଣଙ୍କ ଯାତ୍ରା । ନିମ୍ନରେ ଗଜ କୁମ୍ଭୀର ଓ
ଲକ୍ଷ୍ମୀ ନାରାୟଣଙ୍କ ପଶାଖେଳ ପାଇଁ ପଶାପାଲି । ଏହା ମହାଭାରତରେ ଦ୍ରୌପଦୀ
ବସ୍ତ୍ରହରଣ କାଳର ପୂର୍ବାଭାସ ।

ସ୍ତମ୍ଭ- କ୩.

ପୂର୍ବ: – ଧ୍ୟାନମଗ୍ନ ନାରାୟଣ ବାମ ଜାନୁରେ ଲକ୍ଷ୍ମୀ ଉପବିଷ୍ଟା, ମସ୍ତକ ଉପରେ ସପ୍ତଫେଣୀ ଅନନ୍ତ ସର୍ପ ଫଣା ଢାଙ୍କି ରହିଛନ୍ତି । ଏହା ଚକ୍ର ନାରାୟଣ ମୂର୍ତ୍ତି ନାମରେ ପରିଚିତ । ଦକ୍ଷିଣରେ ଶିବ, ବାମରେ ବୀଣାଧାରୀ ନାରଦ ଅଛନ୍ତି ।
ଦକ୍ଷିଣ :- ଶିବ ପାର୍ବତୀଙ୍କ ଚିତ୍ର । ଶିବଙ୍କ କୋଳରେ ଗଣେଶ ଉପବିଷ୍ଟ ।
ପଶ୍ଚିମ :- ଲକ୍ଷ୍ମୀ ନାରାୟଣ ମୂର୍ତ୍ତି ଦକ୍ଷିଣ ପଟେ ଯୋଡ଼ ହସ୍ତରେ ବ୍ରହ୍ମା ଦଣ୍ଡାୟମାନ
ଉତ୍ତର :-ଶୂନ୍ୟ

ସ୍ତମ୍ଭ- କ୪.

ପୂର୍ବ:- ଚିତ୍ର ଅଳଙ୍କରଣ
ଦକ୍ଷିଣ :-ଚିତ୍ର ଅଳଙ୍କରଣ
ପଶ୍ଚିମ :- ନୃସିଂହଙ୍କ ଚିତ୍ର ଦୃଶ୍ୟମାନ । ଦକ୍ଷିଣ ପାଶ୍ୱର୍ରେ ଗଣେଶ ଓ ବାମ
ପାଶ୍ୱର୍ରେ ଯୋଡ଼ ହସ୍ତରେ ଶଙ୍କରାଚାର୍ଯ୍ୟ ।
ନିମ୍ନରେ ଚିତ୍ରରେ ନାରାୟଣୀ, ବ୍ରହ୍ମାଣୀ, ରୂଦ୍ରାଣୀ ଓ ଗାୟତ୍ରୀ ।
ଉତ୍ତର :-ଚିତ୍ର ଅଳଙ୍କରଣ

ସ୍ତମ୍ଭ-ଖ୧.

ପୂର୍ବ :- ଶ୍ରୀକୃଷ୍ଣଙ୍କ ବସ୍ତ୍ର ହରଣ ଦୃଶ୍ୟ, ଦୁଇ ପାଶ୍ୱର୍ରେ ସଖୀ ।
ଗୋପାଙ୍ଗନାମାନେ ବସ୍ତ୍ର ଫେରାଇ ଦେବା ପାଇଁ ମିନତି କରୁଛନ୍ତି ।
ଦକ୍ଷିଣ :- ଚିତ୍ର ଅଳଙ୍କରଣ
ପଶ୍ଚିମ :- ଲକ୍ଷ୍ମୀ ନାରାୟଣ ମୂର୍ତ୍ତ
ଉତ୍ତର :- ଚିତ୍ର ଅଳଙ୍କରଣ

ସ୍ତମ୍ଭ-ଖ୨.

ପୂର୍ବ :- ରଥର ଚିତ୍ରରେ ପଞ୍ଚମୁଖ ଗାୟତ୍ରୀ ପଦ୍ମଫୁଲ ଉପରେ
ବସିଛନ୍ତି । ଦକ୍ଷିଣରେ ସରସ୍ୱତୀ ଓ ବାମରେ ଲକ୍ଷ୍ମୀ ଉପବିଷ୍ଟ ।
ଦକ୍ଷିଣ :- କୃଷ୍ଣବର୍ଣ୍ଣ ନାରାୟଣ ମୂର୍ତ୍ତି ପଦ୍ମଫୁଲ ଉପରେ ଦଣ୍ଡାୟମାନ, ଦୁଇ
ପାଶ୍ୱର୍ରେ ଲକ୍ଷ୍ମୀ ସରସ୍ୱତୀ ମୂର୍ତ୍ତି ।
ପଶ୍ଚିମ :- ଗଦା, ଖଡ଼୍‌ଗ ଓ ପତାକା ଧରି ଦଣ୍ଡାୟମାନ ହନୁମାନ ।
ଉତ୍ତର :- ଶୂନ୍ୟ ।

ସ୍ତମ୍ଭ-ଖ୩.

ପୂର୍ବ :- ପଞ୍ଚବଟୀ ଅରଣ୍ୟରେ କୁଟୀର ପାଖରେ ଶ୍ରୀରାମ, ସୀତା ଓ ଲକ୍ଷ୍ମଣଙ୍କ ଚିତ୍ରଣ । ସମ୍ମୁଖରେ ଭରତ ଦୁଇ ହାତରେ କଠଉ ଧରି ଯୋଡ଼ ହସ୍ତରେ ପ୍ରଣାମ କରୁଛନ୍ତି ।
ଦକ୍ଷିଣ :-କନ୍ଦର୍ପ ରଥର ମୂର୍ତ୍ତି । ଚଉଷଠିଜଣ ଗୋପାଙ୍ଗନା ନିର୍ଦ୍ଦିଷ୍ଟ ଶୃଙ୍ଗଳାରେ ବିଭିନ୍ନ ଭଙ୍ଗୀରେ ରହି ସୁଦୃଶ୍ୟ ମାନବ ରଥର ଅନନ୍ୟ ସଂଯୋଜନା । ରଥରେ ଶ୍ରୀକୃଷ୍ଣ ବଂଶୀ ଧରି ବିରାଜମାନ ।
ପଶ୍ଚିମ :-ବ୍ରହ୍ମା, ବିଷ୍ଣୁ ଓ ଶିବ ତ୍ରିମୂର୍ତ୍ତି ।
ଉତ୍ତର :- ମହାଭାରତ ଯୁଦ୍ଧରେ ପିତାମହ ଭୀକ୍ଷ୍ମଙ୍କ ରଥ ସମ୍ମୁଖରେ ଚର୍ତୁଃଭୂଜଧାରୀ କୃଷ୍ଣ ଦଣ୍ଡାୟମାନ ।

ସ୍ତମ୍ଭ- ଖ୪.

ପୂର୍ବ:- ଚତୁଃର୍ଭୁଜ ବିଷ୍ଣୁ ଓ ଚତୁଃର୍ଭୁଜ ବରାହ, ନିମ୍ନରେ ଦଶଅବତାର କ୍ଷୁଦ୍ରକାୟ ମୂର୍ତ୍ତି
ଦକ୍ଷିଣ :-କ୍ଷୁଦ୍ର ମନ୍ଦିରରେ ଖମ୍ବକାଳୀ ବା ଦକ୍ଷିଣ କାଳୀ
ପଶ୍ଚିମ :-ହରିହରଙ୍କ ସହିତ ଦୁଇ ପାଶ୍ୱର୍ରେ ଲକ୍ଷ୍ମୀ ଓ ପାର୍ବତୀ ଓ ଗରୂଡ଼,
ବୃଷଭ, ବରାହୀ ଓ କାଳୀ
ଉତ୍ତର :- ଚତୁଃହସ୍ତ କୃଷ୍ଣ କାଳୀ ରୂପ ଧାରଣ କରି ଗୋଡ଼ ଛନ୍ଦି ଦଣ୍ଡାୟମାନ । ନିମ୍ନରେ ଆଣ୍ଠୁମାଡ଼ି ଉପାସନାରତ ରାଧା ମୂର୍ତ୍ତି ।
ସ୍ତମ୍ଭ-ଗ୧. ପୂର୍ବ :- ତୋରଣ ତଳେ ଦୋଳିରେ ଶ୍ରୀକୃଷ୍ଣ ଉପବିଷ୍ଟ
ଦକ୍ଷିଣ :- ଶୂନ୍ୟ
ପଶ୍ଚିମ :- ବୃଷଭ ପୃଷ୍ଠରେ ଚତୁଃହସ୍ତ ହର ଓ ପାର୍ବତୀ ଆସୀନ
ଉତ୍ତର :- ଚିତ୍ର ଅଳଙ୍କରଣ

ସ୍ତମ୍ଭ- ଗ୨.

ପୂର୍ବ:- ରାମ ଦରବାର । ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପରେ ଶ୍ରୀରାମ ଓ  ସୀତାଙ୍କ ଅଭିଷେକ ଉତ୍ସବ ଅଙ୍କିତ । ପାଶ୍ୱର୍ରେ ଅଙ୍ଗଦାଦି ବାନର ସେନା ଓ ଲକ୍ଷ୍ମଣ ଦଣ୍ଡାୟମାନ । ପାଦତଳେ ହନୁମାନ ଯୋଡ଼ ହସ୍ତରେ ଆସୀନ ।
ଦକ୍ଷିଣ :- ଅଙ୍ଗଦଙ୍କ କାନ୍ଧରେ ଲକ୍ଷ୍ମଣ ଆସୀନ ।
ପଶ୍ଚିମ :- ବିଭୀଷଣ ଯୋଡ଼ ହସ୍ତରେ ଦଣ୍ଡାୟମାନ ।
ଉତ୍ତର :- ଓମ୍ ଭିତରେ ରାଧା କୃଷ୍ଣ ।
ସ୍ତମ୍ଭ -ଗ୩. ପୂର୍ବ:- ଷଡ଼ଭୂଜ ଗୌରାଙ୍ଗ ମୂର୍ତ୍ତି । ହାତରେ କମଣ୍ଡଳୁ, ବଂଶୀ, ଧନୁ ଓ  ଶର ଇତ୍ୟାଦି ରହିଛି ।
ଦକ୍ଷିଣ :- ଅର୍ଜୁନଙ୍କ ରଥରେ ଶ୍ରୀକୃଷ୍ଣଙ୍କ ସାରଥୀ । ମହାଭାରତ ଯୁଦ୍ଧର ଦୃଶ୍ୟ । ରଥରେ ଧଳା ଘୋଡ଼ା ଆଗ ଗୋଡ଼ ଟେକି ରହିଛି ।
ପଶ୍ଚିମ :- ମା’ ଅନ୍ନପୂର୍ଣ୍ଣା ବା ଲକ୍ଷ୍ମୀଙ୍କ ଚିତ୍ରକଳା ।
ଉତ୍ତର :-ଅକ୍ରୁର ରଥରେ ଶ୍ରୀକୃଷ୍ଣ ଓ ବଳାରାମଙ୍କ ମଥୁରା ଗମନ । ଗୋପାଙ୍କନାମାନେ କୃଷ୍ଣ ବିଚ୍ଛେଦରେ ମ୍ରିୟମାଣ

ସ୍ତମ୍ଭ-ଗ୪.

ପୂର୍ବ :- ଚିତ୍ରରେ ଶିବଲିଙ୍ଗ ।
ଦକ୍ଷିଣ :- ସିଂହାସନ ଉପରେ ଶ୍ରୀ ରାଧା ମହାରାଣୀ ହୋଇ ଉପବିଷ୍ଟ । ବାମ ପଟେ ସଖୀମାନେ ରହିଛନ୍ତି । ଶ୍ରୀକୃଷ୍ଣ ଦ୍ୱାରପାଳ ଭାବେ ଖଡ଼ଗ ଧରି ଦଣ୍ଡାୟମାନ ।
ପଶ୍ଚିମ :- ହସ୍ତୀ ଉପରେ ଲକ୍ଷ୍ମୀ ନାରାୟଣ ଓ ବୃଷଭ ଉପରେ ଶିବ ପାର୍ବତୀଙ୍କ ମୂର୍ତ୍ତି । ନିମ୍ନରେ ହାତୀ ଓ ବୃଷଭଙ୍କ ସଂଯୁକ୍ତ ମୂର୍ତ୍ତି ।
ଉତ୍ତର :-ଜଗନ୍ନାଥ ବଳଭଦ୍ରଙ୍କ ଯୁଗଳ ମୂର୍ତ୍ତି । ବାମ ପାଶ୍ୱର୍ରେ ସୁଭଦ୍ରା ରହିଛନ୍ତି ।
ସ୍ତମ୍ଭ-ଘ୧. ପୂର୍ବ :- ପଦ୍ମାସନରେ ବସି ଶ୍ରୀକୃଷ୍ଣଙ୍କ ବଂଶୀବାଦନ ଓ ପାଶ୍ୱର୍ର ଦୁଇ ସଖୀ
ଦକ୍ଷିଣ :-କ୍ଷୁଦ୍ର ହନୁମାନ ମୂର୍ତ୍ତି । (ପୂଜିତ)
ପଶ୍ଚିମ :-ଦଣ୍ଡାୟମାନ ଶ୍ରୀକୃଷ୍ଣଙ୍କ ବଂଶୀବାଦନ ।
ଉତ୍ତର :-ଚିତ୍ର ଅଳଙ୍କରଣ

ସ୍ତମ୍ଭ-ଘ୨.

ପୂର୍ବ :- ଚିତ୍ରରେ କାଳୀୟଦଳନ ।
ଦକ୍ଷିଣ :-ଶ୍ରୀକୃଷ୍ଣଙ୍କ ବାମ ହସ୍ତରେ ଗିରିଗୋବର୍ଦ୍ଧନ ଧାରଣ ।
ପଶ୍ଚିମ :-ଚିତ୍ର ଅଳଙ୍କରଣ
ଉତ୍ତର :-ଗଣେଶ ଅଙ୍କିତ ଚିତ୍ର । ଉର୍ଦ୍ଧ୍ୱରେ ପକ୍ଷୀରାଜ ଘୋଡ଼ାର ଚିତ୍ରଣ ।

ସ୍ତମ୍ଭ-ଘ ୩.

ପୂର୍ବ:- ଅଷ୍ଟଭୂଜଧାରୀ ଶ୍ରୀକୃଷ୍ଣ ଦଣ୍ଡାୟମାନ ମୂର୍ତ୍ତି                                                                                ଦକ୍ଷିଣ :-ଶ୍ରୀକୃଷ୍ଣ ବଂଶୀବାଦନରତ ଓ ଦୁଇ ପାଶ୍ୱର୍ରେ ଦୁଇ ସଖୀ
ପଶ୍ଚିମ :-ଚତୁଃର୍ଭୁଜ ବ୍ରହ୍ମାଙ୍କ ମୂର୍ତ୍ତି ଓ ଦୁଇପାଶ୍ୱର୍ରେ ରାଧା ଓ କୃଷ୍ଣ
ଉତ୍ତର :-ଚିତ୍ର ଅଳଙ୍କରଣ

ସ୍ତମ୍ଭ -ଘ ୪.

ପୂର୍ବ :- ବିଷ୍ଣୁଙ୍କ ଅନନ୍ତ ଶୟନ । ମସ୍ତକ ଉପରେ ଅନନ୍ତଙ୍କ ସପ୍ତଫେଣା ପ୍ରସାରିତ । ପାଖରେ ଲକ୍ଷ୍ମୀ ରହିଛନ୍ତି । ବିଷ୍ଣୁଙ୍କ ବସିବା ମୁଦ୍ରା ଏକ ବ୍ୟତିକ୍ରମ ।
ଦକ୍ଷିଣ :-ଦୁଇ ଗୋଡ଼ ଛନ୍ଦି ତ୍ରିଭଙ୍ଗ ଠାଣୀରେ ରାଧାକୃଷ୍ଣଙ୍କ ମୂର୍ତ୍ତି ।
ରାଧାକୃଷ୍ଣ ଏକ ଓ ଅଭିନ୍ନ ତାହା ଚାରୁକଳାରେ ପ୍ରକାଶିତ । ଏହା ପାରମ୍ପରିକ
ଶିଳ୍ପକଳାର ଏକ ଅନନ୍ୟ ସଂଯୋଜନା ।
ପଶ୍ଚିମ :-ବଳରାମ, କୃଷ୍ଣ, ବ୍ରହ୍ମା
ଉତ୍ତର :-ଏକ କ୍ଷୁଦ୍ର ହନୁମାନ ମୂର୍ତ୍ତି । ନାଟ ମଣ୍ଡପର ପୂର୍ବ ଅଂଶରେ ତଥା ଭୋଗ ମଣ୍ଡପର ପଶ୍ଚିମ ଦ୍ୱାର ସମ୍ମୁଖରେ ରହିଥିବା ଗରୁଡ଼ ସ୍ତମ୍ଭ ଅନେକ ଗୁରୁତ୍ୱ ବହନ କରେ । ପ୍ରାୟ ୮ ଫୁଟ ଉଚ୍ଚ ଏହି ସ୍ତମ୍ଭ ଉପରେ ସୁଦୃଶ୍ୟ ଗରୁଡ଼ ମୂର୍ତ୍ତି ବିଦ୍ୟମାନ । ଏହି ସ୍ତମ୍ଭ ବୋଲାଉଥିବା ବସ୍ତୁ ଅନେକଙ୍କ ମତରେ ଏକ ପ୍ରାଚୀନ ଚନ୍ଦନ ଗଛ କାଠର ପ୍ରସ୍ତରୀକୃତ ଅବସ୍ଥା (ୠକ୍ଟଗ୍ଦଗ୍ଦସକ୍ଷ) । ଗରୁଡ଼ ସ୍ତମ୍ଭକୁ ସ୍ପର୍ଶ କଲେ ଏହାକୁ ସଠିକ୍ ଭାବେ ଚିହ୍ନିବା ଭକ୍ତମାନଙ୍କ ପାଇଁ କଷ୍ଟକର । ଏଥିରେ ଲମ୍ବା ଫାଟ ସଦୃଶ୍ୟ ଯୋଡ଼େଇ ଦାଗ ମଧ୍ୟ ରହିଥିବାର ଦେଖାଯାଏ । କର୍ମାଙ୍ଗୀ ମାଦଳାରେ ଗରୁଡ଼ ସ୍ତମ୍ଭର ମୁଦ ଜଗିବା ପାଇଁ ଚୂନରା ସେବକଙ୍କୁ ଅଧିକୃତ କରାଯାଇଛି । ମୁଦ ଫିଟିଲେ ସେବା ଅଧିକାର କଟିଯିବ ବୋଲି ମଧ୍ୟ ଉଲ୍ଲେଖ ରହିଛି । ପୌରାଣିକ ମତ ଅନୁସାରେ ଶ୍ରୀ ବିଷ୍ଣୁଙ୍କ ବାହାନ ଗରୁଡ଼ ରମ୍ୟକ ନାମକ କୌଣସି ଦ୍ୱୀପରେ ଏକ ଚନ୍ଦନ ଗଛ ଶୀର୍ଷରେ ବସି ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି ।ଏହି ଦୃଷ୍ଟିରୁ ଏହା ଉପର ବର୍ଣ୍ଣିତ ଚନ୍ଦନ କାଠ ହୋଇଥିବା ଯଥାର୍ଥ ମନେହୁଏ ।

ଶ୍ରୀମନ୍ଦିରରେ ବିିଭିନ୍ନ କ୍ଷେତ୍ରରେ ରହିଥିବା ଅନେକ ରହସ୍ୟ ମଧ୍ୟରେ ଏହି ଗରୁଡ଼ ସ୍ତମ୍ଭ ମଧ୍ୟ ଅନ୍ୟତମ ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed, but trackbacks and pingbacks are open.