Latest Odisha News

BREAKING NEWS

ଟି୨୦ ବିଶ୍ୱକପରେ କୋହଲି ଓପିନଂ କରିବା ସପକ୍ଷରେ ଗାଙ୍ଗୁଲି

କୋଲକାତା:ଟି୨୦ ବିଶ୍ୱକପରେ ବିରାଟ କୋହଲି ଓପନିଂ କଲେ ଭାରତ ଫାଇଦାରେ ରହିବ ବୋଲି ବିସିସିଆଇ ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି । କୋହଲି ଏବଂ ରୋହିତ ଶର୍ମାଙ୍କଠାରୁ ଭଲ ଓପନିଂ ପେୟାର କେଉଁଠାରେ ମିଳିବେ ନାହିଁ । କୋହଲି ଆବଶ୍ୟକ ପଡିଲେ ୪୦ ବଲରୁ ୧୦୦ ରନ ବି ସଂଗ୍ରହ କରିବେ । ଟି୨୦ ବିଶ୍ୱକପ ୨୦୨୪ ଜୁନରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବ । ମିଡିଆ ରିପୋର୍ଟ ଅନୁସାରେ କୋହଲି ଓ ରୋହିତ ଭାରତ ପକ୍ଷରୁ ଓପିନଂ କରିବେ । ଏବେ ଏହାକୁ ପୂର୍ବତନ ଖେଳାଳି ଓ ସମୀକ୍ଷକ ସମର୍ଥନ କରିଛନ୍ତି । କୋହଲି ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭରେ କେତେକ ମ୍ୟାଚରେ ଓପିନଂ କରିଥିଲେ । ଏହା ପରେ ସେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିଲେ ।

ଟି୨୦ରେ ଓପନର ଭାବେ କୋହଲି ୯ମ୍ୟାଚରୁ ୪୦୦ ରନ ସଂଗ୍ରହ କରିଛନ୍ତି । ଚଳିତ ଆଇପିଏଲରେ କୋହଲି ସର୍ବାଧିକ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ ହାସଲ କରିଛନ୍ତି । ସେ ୮ ମ୍ୟାଚରେ ୩୭୯ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ବି ସାମିଲ ।

Leave A Reply

Your email address will not be published.