Latest Odisha News

BREAKING NEWS

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ଭଟଲୀ ବିଧାୟକ ତଥା ମନ୍ତ୍ରୀ ବିମ୍ବାଧର କୁଅଁର

ବନେଶ୍ବର: ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ଭଟଲୀ ବିଧାୟକ ତଥା ମନ୍ତ୍ରୀ ବିମ୍ବାଧର କୁଅଁର । ଆଜି ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ ହେବା ପରେ ବିମ୍ବାଧର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗଦେଲି ।

ସୂଚନାଯୋଗ୍ୟ, ବିମ୍ବାଧର ବରଗଡ଼ ଜିଲ୍ଲାର ଭଟଲୀ ଆସନରୁ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୭ରେ ସେ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିବା ବେଳେ ୨୦୦୦ ଓ ୨୦୦୪ରେ ବିଜେପି ଟିକେଟ୍‌ ରେ ଜିତିଥିଲେ । ସେ ବିଜେପିର ରାଜ୍ୟ ସଭାପତି ମଧ୍ୟ ରହିଥିଲେ । ବିମ୍ବାଧର ୨୦୧୪ରେ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିଲେ ।

Leave A Reply

Your email address will not be published.