Latest Odisha News

BREAKING NEWS

ଗାଙ୍ଗୁଲି, ସିଏବି ଯୋଗାଇବେ ୫୦ ଲକ୍ଷ ଟଙ୍କାର ଚାଉଳ ସହାୟତା

କୋଲକାତା:କରୋନା ଭାଇରସ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ଗରିବ ଲୋକଙ୍କ ସାହାଯ୍ୟ ପାଇଁ କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲ ଓ ସୌରଭ ଗାଙ୍ଗୁଲି ହାତ ବଢ଼ାଇଛନ୍ତି । ୫୦ ଲକ୍ଷ ଟଙ୍କାର ଚାଉଳ ଗରିବଙ୍କ ମଧ୍ୟରେ ବଂଟାଯିବ ବୋଲି ଗୁରୁବାର ଗାଙ୍ଗୁଲି ଘୋଷଣା କରିଛନ୍ତି । ଏଥିରେ ସିଏବି ସମ୍ପୂର୍ଣ୍ଣ ସହାୟତା କରିବ ।

୨୧ ଦିନିକିଆ ଲକ୍‌ଡାଉନ ଯୋଗୁ ଅନେକ ଗରିବ ଲୋକ ଏବେ ଖାଇବା ଗଣ୍ଡେ ପାଉ ନାହାନ୍ତି । ଏହାକୁ ଆଖି ଆଗରେ ରଖି ସିଏବି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପଶ୍ଚିମବଙ୍ଗରେ ଅନେକ ଗରିବ ଲୋକଙ୍କୁ ସ୍କୁଲମାନଙ୍କରେ ରଖାଯାଇଛି । ସେମାନଙ୍କୁ ବିଶେଷ ଭାବେ ଏହି ସାହାଯ୍ୟ ପ୍ରଦାନ କରାଯିବ ।

Leave A Reply

Your email address will not be published.