Latest Odisha News

BREAKING NEWS

ପାରାସିଟମଲ ଖାଇ ଚେକିଂକୁ ଠକୁଛନ୍ତି ଯାତ୍ରୀ

ନୂଆଦିଲ୍ଲୀ:କରୋନା ଭାଇରସ ପାଇ ଗଠିତ ହୋଇଥିବା ଯାଂଚ ଏଜେନ୍ସିଙ୍କୁ ଠକିବା ପାଇଁ ଯାତ୍ରୀମାନେ ପାରାସିଟମଲ ଖାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଦେଶର ୨୧ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଚାଲିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ଅବଶ୍ୟ ଏଜେନ୍ସି ସତର୍କ ହୋଇ ଯାଇଥିଲେ ।

କରୋନା ସଂକ୍ରମିତ ପାରାସିଟମଲ ଖାଇ ଠକିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଜନୈକ ଅଧିକାରୀ କହିଛନ୍ତି । ଯାହା ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଦେଶରୁ ଅନେକ ଭାରତୀୟ ସହଜ ଢ଼ଙ୍ଗରେ ଦେଶରେ ପ୍ରବେଶ କରିଥିଲେ । ଯାଂଚରେ ଠକିଲେ ଏହା ପରୋକ୍ଷରେ ଆମ ସମାଜର କ୍ଷତି ଘଟାଇବ । ଏଥିପାଇଁ ସ୍ୱତଃ ଆଗକୁ ଆସିବା କଥା ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଏହି ଖବର ବିଭିନ୍ନ ଭାରତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

Leave A Reply

Your email address will not be published.