Latest Odisha News

BREAKING NEWS

ଚୋରା ଚାଲାଣ ବେଳେ ଅଭିଯୁକ୍ତ ସହ ଗଞ୍ଜେଇ ଜବତ

ରାୟଗଡ଼ା : କୋରାପୁଟ ଜିଲ୍ଲାରୁ ଖୋର୍ଦ୍ଧାକୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ବେଳେ ଅଭିଯୁକ୍ତକୁ ଧରିବାରେ ଅବକାରୀ ଟିମକୁ ମିଳିଛି ବଡ଼ ସଫଳତା । ପ୍ରାୟ ୧୩ ଲକ୍ଷ ଟଙ୍କାର ୨ କ୍ବିଣ୍ଟାଲ ୫୮ କେଜି ୪୫୦ ଗ୍ରାମର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଜିଲ୍ଲା ସଦର ଅବକାରୀ ଥାନା ପୋଲିସ ।

ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିଥିଲା ସଦର ଅବକାରୀ । ୩୨୬ ନମ୍ବର ଜାତୀୟ ରାଜପଥରେ ପୋଲିସ ଚେକିଂ ବେଳେ ଧରାପଡିଥିଲା ଗଞ୍ଜେଇ । ଏକ ବୋଲେରୋରେ ଏହି ଗଞ୍ଜେଇ ଚାଲାଣ ହେଉଥବା ବେଳେ, ଡ୍ରାଇଭର ସୁରେଶ ସାହୁକୁ ଅଟକ ରଖି ପଚାରାଉଚରା କରିଥିଲା ପୋଲିସ । ତେବେ ଜେରା ବେଳେ କୋରାପୁଟ ନନ୍ଦପୁର ଅଞ୍ଚଳରୁ ଖୋର୍ଦ୍ଧା ସହରକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ । ଏନେଇ ଅବକାରୀ ଥାନାରେ କେସ ନମ୍ବର ୧୧୦/୨୧ରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.