Latest Odisha News

BREAKING NEWS

ରାଇରଙ୍ଗପୁରରେ ଧରାପଡିଲା ଗଂଜେଇ ଗାଡି, ୨ ଗିରଫ

ବାରିପଦା: ରାଜ୍ୟର ଫୁଙ୍ଗୁଳା ସୀମାରେ ରହିଛି ଅନେକ ଗଳାବାଟ । ସେହି ଗଳାବାଟ ଗଂଜେଇ ବେପାରୀଙ୍କ ପାଇଁ ପାଲଟିଛି ଭୂସ୍ୱର୍ଗ । ତେବେ ଏକ ଟ୍ରକରେ ଗଂଜେଇ ଚାଲାଣ କରିବା ଦୁଇ ଅଭିଯୁକ୍ତଙ୍କୁ ମହଙ୍ଗା ପଡିଛି । ରାଇରଙ୍ଗପୁର ଟାଉନ ପୋଲିସ୍ ପେଟ୍ରୋଲିଂ ଟିମ୍ ହାତରେ ଗଂଜେଇ ଚାଲାଣକାରୀଙ୍କ ସମେତ ୬ କି.ଗ୍ରା ଗଂଜେଇ ଓ ଏକ ଟ୍ରକ ଜବତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ରାଇରଂଗପୁର ସହର ଦେଇ OD-11T- 8561 ନମ୍ବର ଥିବା ଏକ ଟ୍ରକ ଦ୍ରୁତଗତିରେ ତିରିଙ୍ଗ ଆଡକୁ ମୁହାଁଇଥିଲା । ଟ୍ରକ ଚାଳକର ବେପରୁଆ ଗାଡି ଚାଳନା ଟାଉନ ପୋଲିସ ପେଟ୍ରୋଲିଂ ଟିମର ରାଡାର୍‌କୁ ଆସିଥିଲା । ସନ୍ଦେହ ହେବାରୁ ଗାଡିର ପିଛା କରି ପୋଲିସ ଗମ୍ଭାରୀଆ ପୋଲ ନିକଟରେ ଟ୍ରକଟିକୁ ଅଟକାଇ ଯାଂଚ କରିଥିଲା । ଖୋଳତାଡରୁ ଗାଡିରୁ ୬ କି.ଗ୍ରା ଗଂଜେଇ ଜବତ ହେବା ସହ ଗାଡି ଚାଳକ ଓ ଖଲାସୀ ପୋଲିସ ହାତରେ ଗିରଫ ହୋଇଥିଲେ । ଗିରଫ ଅଭିଯୁକ୍ତ ମନୋଜ ମୁଣ୍ଡା ଓ ପବନ ନାଏକ ଝାରପୋଖରିଆରୁ ବାହାରି ଝାରଖଣ୍ଡ ଅଭିମୁଖେ ଯାଉଥିଲେ ବୋଲି ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.