Latest Odisha News

BREAKING NEWS

କଟକ: ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ

କଟକ : କଟକ ଜିଲ୍ଲାର ଲିଙ୍କ୍ ରୋଡ୍ ନିକଟରୁ ରବିବାର ସକାଳୁ ଅବକାରୀ ବିଭାଗ ପ୍ରାୟ ୩୨ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ଲିଙ୍କ୍ ରୋଡ୍ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚେକିଂ ଚାଲୁଥିବା ସମୟରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଏକ କାର୍ ମଧ୍ୟରୁ ଜବତ କରାଯାଇଥିଲା । ଏହି ଘଟଣାରେ ସେମାନେ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ଗିରଫ ହୋଇଥିବା ୩ ଜଣ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ଏହି ଗଞ୍ଜେଇ ଗୁଡିକ କନ୍ଧମାଳରୁ ବାଲେଶ୍ୱରକୁ ଚୋରା ଚାଲାଣ କରାଯାଉଥବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.