Latest Odisha News

BREAKING NEWS

ପୁରୀରୁ ଜବତ ହେଲା ୮ ଲକ୍ଷ ଟଙ୍କା

ପୁରୀ : ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ରୋଡ ନିକଟ ଅସ୍ତରଙ୍ଗ ଠାରେ ଏକ କାରରୁ ରବିବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ।

ମିଳିଥିବା ସୂଚନାନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁ ଉକ୍ତ ଅଞ୍ଚଳରେ ଯାଞ୍ଚ ସମୟରେ ଏକ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି ।

ସୂଚନାଯୋଗ୍ୟ ଗତ ଶନିବାର ଦିନ କଟକ ଜଗତପୁରସ୍ଥିତ ଖଇରାପୋଲ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ପ୍ରାୟ ୭.୪୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।

ତେବେ ଏହି ଘଟଣାର ଛାନଭିନ୍ନ କରିବା ସହିତ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.