ଭୁବନେଶ୍ବର: ବରିଷ୍ଠ ନେତା ଐର ଖାରବେଳ ସ୍ବାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି। ତାଙ୍କ ଉପରୁ ନିଲମ୍ବନ ଆଦେଶ ବିଜେପି ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ନିଲମ୍ବିତ ହୋଇଥିଲେ ଖାରବେଳ। ଏହି ସୂଚନା ଦେଇଛନ୍ତି ରାଜ୍ୟ ଶୃଙ୍ଖଳା କମିଟିର ଆବାହକ ସୁଦର୍ଶନ ନାୟକ।
ଅପରପକ୍ଷରେ ପୂର୍ବରୁ ଦଳରେ ବିଶୃଙ୍ଖଳା କରୁଥିବା ଅଭିଯୋଗରେ ଖାରବେଳ ସ୍ବାଇଁଙ୍କୁ ନିଲମ୍ବନ କରାଯାଇଥିଲା, ଯଦିଓ ଦଳ କାର୍ଯ୍ୟାନୁଷ୍ଠାନ ପଛରେ ନିର୍ଦ୍ଦିଷ୍ଟ କାରଣ ବିଷୟରେ ବିସ୍ତୃତ ଭାବରେ କହିନଥିଲା। ତେବେ ଅହିବପ୍ରତ୍ୟାହାର ସହିତ ତାଙ୍କୁ ବର୍ତ୍ତମାନ ଦଳୀୟ ସଦସ୍ୟ ଭାବରେ ପୁନଃସ୍ଥାପିତ କରାଯାଇଛି।
Comments are closed.