Latest Odisha News

BREAKING NEWS

ତମ୍ବାଖୁ ନିରୋଧୀ ଆଇନ୍‌ କାର୍ଯ୍ୟକାରୀରେ ଗଞ୍ଜାମ ଶ୍ରେଷ୍ଠ

ବ୍ରହ୍ମପୁର : ତମ୍ବାଖୁ ନିରୋଧୀ ଏବଂ ତମ୍ବାଖୁ କାରବାର ନିୟନ୍ତ୍ରଣ ପାଇଁ ଥିବା ଆଇନ୍‌କୁ କାର୍ଯ୍ୟକାରୀ କରିବାରେ ଗଞ୍ଜାମ ଜିଲାକୁ ଶ୍ରେଷ୍ଠ ଜିଲା ଭାବେ ବିବେଚିତ କରାଯାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ଏନେଇ ଘୋଷଣା କରାଯାଇଛି । ଏହି ଖବର ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଖକୁ ଚିଠି ମାଧ୍ୟମରେ ଜଣାଯାଇଛି ।

ଆସନ୍ତା ୩୧ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜୟଦେବ ଭବନ ଠାରେ ବିଶ୍ୱ ତମ୍ବାଖୁ ନିରୋଧୀ ଦିବସ ପାଳନ କରାଯିବ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବାକୁ ସ୍ଥିର ହୋଇଛି । ବିଭାଗ ତରଫରୁ ଗଞ୍ଜାମ ଜିଲାକୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.