Latest Odisha News

କେମିକାଲ ଫ୍ରାକ୍ଟିରେ ଗ୍ୟାସ୍ ଲିକ୍ , ୨୮ ଶ୍ରମିକ ଗୁରୁତର

ବରୁଚ: ଗୁଜୁରାଟ ବରୁଚ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି  ।  ଜମ୍ବୁସାରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରୁ ବିଷାକ୍ତ ବ୍ରୋମିନ ଗ୍ୟାସ ଲିକ୍ ହୋଇ ୨୮ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବା ସହ ଆଖପାଖ ଇଲାକାରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଫ୍ୟାକ୍ଟ୍ରିରୁ ବ୍ରୋମିନ୍ ଗ୍ୟାସ ନିର୍ଗତ ହୋଇଥିଲା ।

BjdElectrycity

ଫଳରେ ସେଠାରେ କାମ କରୁଥିବା ଶ୍ରମିକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିଥିଲା ।  ଫଳରେ ସେମାନଙ୍କ ମଧ୍ୟରୁ ଅନେକ ଅଚେତ ହୋଇପଡିଥିଲେ । ଫ୍ୟାକ୍ଟ୍ରିରେ ପାଖାପାଖି ୨ ହଜାର ଶ୍ରମିକ କାମ କରୁଥିବା ଜଣାପଡିଛି  । ସମସ୍ତଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି  । ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.