ନୂଆଦିଲ୍ଲୀ: ବେଶ୍ କିଛି ଦିନ ଧରି ବନ୍ଦ ରହିଥିବା ହମାସ- ଇସ୍ରାଏଲ ଯୁଦ୍ଧ ଏବେ ପୁଣି ମୁଣ୍ଡ ଟେକିଲାଣି । ଦୀର୍ଘ ଦିନର ଯୁଦ୍ଧ ପରେ ଲାଗିଥିବା ଅସ୍ତ୍ରବିରତି ଉଠିବା ନେଇ ଏବେ ଆଶଙ୍କା ସୃଷ୍ଟି ହେଲାଣି । ଇସ୍ରାଏଲ ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରୁଥିବା ଅଭିଯୋଗ କରି ହମାସ ବନ୍ଧକଙ୍କ ମୁକ୍ତିକୁ ବନ୍ଦ କରିବା ପରେ ଏବେ ଯୁଦ୍ଧ ଆଶଙ୍କା ପୁଣି ଘନେଇଛି । ଯାହାକୁ ନେଇ ଏବେ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି ବନ୍ଧକଙ୍କୁ ମୁକ୍ତ କରାନଯାଏ, ତାହେଲେ ହମାସକୁ ବଡ କ୍ଷତି ସହିବାକୁ ପଡିବ ବୋଲି ରୋକ ଠୋକ୍ ଶୁଣାଇଛନ୍ତି ।
ତେବେ ଗାଜା ଅସ୍ତ୍ରବିରତି ପରେ ଏହା ଅନ୍ତର୍ଗତ ଇସ୍ରାଏଲ ସହିତ ବନ୍ଧକ ବିନିମୟକୁ ହମାସ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । ଏନେଇ ହମାସ, ଇସ୍ରାଏଲ ଅସ୍ତ୍ରବିରତି ଚୁକ୍ତି ପାଳନ କରିନାହିଁ ବୋଲି କାରଣ ଦର୍ଶାଇଛି । ହମାସ କହିଛି, ଇସ୍ରାଏଲ ୩ସପ୍ତାହ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମାର ସର୍ତ୍ତାବଳୀ ଉଲ୍ଲଂଘନ କରିଛି। ଏହି କାରଣରୁ, ଶନିବାର, ଆସନ୍ତା ୧୫ ଫେବୃଆରୀରୁ ହେବାକୁ ଥିବା ବନ୍ଧକ ବିନିମୟକୁ ସ୍ଥଗିତ ରଖାଯାଇଛି। ତେଣୁ ଇସ୍ରାଏଲୀ ବନ୍ଧକମାନଙ୍କୁ ମୁକ୍ତ କରିବାର ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଯାହାକୁ ନେଇ ଏବେ ଇସ୍ରାଏଲ ଏବଂ ଆମେରିକା ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବନ୍ଧକ ବିନିମୟ ସ୍ଥଗିତ ରହିବା ପରେ ହମାସକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି ଶନିବାର ସୁଦ୍ଧା ହମାସ ବନ୍ଧକଙ୍କୁ ମୁକ୍ତ ନକରେ, ତେବେ ହମାସକୁ ବଡ କ୍ଷତି ସହିବାକୁ ପ୍ରସ୍ତୁତ ହେଇଯାଉ । ଶନିବାର ସୁଦ୍ଧା ବନ୍ଧକମାନଙ୍କୁ ମୁକ୍ତ ନ କରାଯାଏ, ତେବେ ଅସ୍ତ୍ରବିରତି ବାତିଲ କରାଯିବା ଉଚିତ ବୋଲି ଟ୍ରମ୍ପ କହିଛନ୍ତି । ଯାହାକୁ ସମର୍ଥନ କରିଛନ୍ତି ବେଞ୍ଜାମିନ୍ ନେତାନ୍ୟାହୁ । ଆଉ ଏବେ ଏହା ପୁରି ଥରେ ଯୁଦ୍ଧ ବିରତି ହଟିବା ନେଇ ଆଶଙ୍କା ସୃଷ୍ଟି କରିଛି ।
Comments are closed.