Latest Odisha News

BREAKING NEWS

ରେସଲିଂ ସେନସେସନ୍ ଗୀତା ଫୋଗଟ ହେଲେ ମାଆ…

ନୂଆଦିଲ୍ଲୀ: ଭାରତର ଦକ୍ଷତାସମ୍ପନ୍ନ ମହିଳା ରେସଲର ଗୀତା ଫୋଗଟ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଗୀତା ଯୁବ ରେସଲର ପୱନ କୁମାରଙ୍କୁ ଭଲ ପାଇ ୨୦ ନଭେମ୍ବର ୨୦୧୬ରେ ବିବାହ କରିଥିଲେ । ଉଭୟ ମା’ଏବଂ ସନ୍ତାନ ସୁସ୍ଥ ଅଛନ୍ତି ।

ମହାବୀର ଫୋଗଟଙ୍କ ଉପରେ ଆଧାରିତ ବଲିଉଡ ଫିଲ୍ମ ଦଙ୍ଗଲରେ ଗୀତାଙ୍କ ଜୀବନୀ ବିଶେଷ ଭାବେ ଚିତ୍ରଣ କରାଯାଇଥିଲା । ସେ ଜଣେ ସାହାସୀ ମହିଳା ହୋଇଥିବାରୁ ଟିଭି ସିରିୟଲ ଖତରୋଁ କେ ଖିଲାଡିରେ ମଧ୍ୟ ଅଭିନୟ କରିଥିଲେ ।

ଏହି ସିରିୟଲରେ ଅଂଶଗ୍ରହଣ କରିଥିବା ସେଲିବ୍ରେଟି ନିଜ ଷ୍ଟଂଟ ନିଜେ କରିଥାନ୍ତି । ପୁତ୍ର ସନ୍ତାନର ମା’ ହେବା ମୋ ଜୀବନର ସବୁଠାରୁ ସୁଖଦ କ୍ଷଣ ବୋଲି ଗୀତା କହିଛନ୍ତି । ସୋସିଆଲ ମିଡିଆରେ ସେ ତାଙ୍କ ପୁତ୍ର ଓ ପତି ସହ ଉଠାଇଥିବା ଫଟୋ ଶେୟାର କରିଥିଲେ । ଏହା ଏବେ ଭାଇରାଲ ହୋଇଯାଇଛି । ବବିତା ଫୋଗଟ ସଦ୍ୟଜାତ ଶିଶୁ ଏବଂ ମା’ ସହ ଫଟୋ ଉଠାଇ ଶେୟାର କରିଛନ୍ତି ।

Leave A Reply

Your email address will not be published.