Latest Odisha News

BREAKING NEWS

ଡିସେମ୍ବର ୨୫ରେ ପାଳିତ ହୁଏ ବଡ଼ଦିନ; କେବେଠୁଁ ଓ କାହିଁକି ପାଳିତ ହୁଏ ଜାଣନ୍ତୁ…

ଭୁବନେଶ୍ୱର: ପୃଥିବୀ ସାରା ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ବା ବଡଦିନ ପାଳନ ହେଉଛି । ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ଦିନ ମନେକରାଯାଇଥାଏ ଏହି ଦିନକୁ । ସାଧାରଣତଃ ୨୪ ତାରିଖ ରାତିରୁ ଆରମ୍ଭ ହୋଇଯାଇଥାଏ ଉତ୍ସବର ମାହୋଲ । ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟ ଧର୍ମାବଲମ୍ବୀ କ୍ରିସମାସ୍ ଟ୍ରି ସଜାଇଥାନ୍ତି । ଆଜିକାଲି ଏହା ଆଉ କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଭିତରେ ସୀମିତ ହୋଇରହିନାହିଁ, ବିଭିନ୍ନ ଧର୍ମର ଲୋକେ ପରସ୍ପରକୁ କ୍ରିସମାସର ଶୁଭେଚ୍ଛା ଜଣାଉଛନ୍ତି ।

ବାଇବେଲ ଅନୁସାରେ ଭଗବାନ ଯୀଶୁ ହେଉଛନ୍ତି ଈଶ୍ୱରଙ୍କ ସନ୍ତାନ । ପୃଥିବୀରେ ପ୍ରେମ ଏବଂ ଶ୍ରଦ୍ଧାର ବାର୍ତ୍ତା ପ୍ରଚାର କରିବା ପାଇଁ ସେ ଧରାବତରଣ କରିଥିଲେ । ସେହି ଯୀଶୁଙ୍କର ଜନ୍ମଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀ କ୍ରିସମାସ୍ ବା ବଡଦିନ ଭାବରେ ପାଳନ କରନ୍ତି ।

ତେବେ ଡିସେମ୍ବର ୨୫ରେ କାହିଁକି ପାଳନ ହୁଏ କ୍ରିସମାସ୍ । ଏହି ଦିନକୁ ନେଇ ଖ୍ରୀଷ୍ଟ ଧର୍ମରେ ଭିନ୍ନ ଭିନ୍ନ ତଥ୍ୟ ରହିଛି । ତେବେ କୁହାଯାଏ କି ରୋମର ପ୍ରଥମ ଖ୍ରୀଷ୍ଟ ସମ୍ରାଟ୍ କନସେଣ୍ଟାଇନଙ୍କ ସମୟରେ ପ୍ରଥମେ ତିଥି ଅନୁସାରେ ବଡଦିନ ପାଳନ କରାଯାଇଥିଲା । କିନ୍ତୁ ପୋପ୍ ଜୁଲିୟସ୍ ଅଫ୍ରିକାନୁସ୍ ୨୨୧ ଖ୍ରୀଷ୍ଟାବ୍ଦରେ ପ୍ରଥମେ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ପାଳନ କଲେ । ଏହାପୂର୍ବରୁ କୌଣସି ନିର୍ଦ୍ଦିଷ୍ଟ ତାରିଖରେ ଏହା ପାଳନ କରାଯାଉନଥିଲା । ପ୍ରତିବର୍ଷ ତିଥି ଅନୁସାରେ ଭିନ୍ନଭିନ୍ନ ତାରିଖରେ ବଡଦିନ ପାଳନ କରାଯାଉଥିଲା ।

Leave A Reply

Your email address will not be published.