Latest Odisha News

BREAKING NEWS

ଗୀତା ଫୋଗାଟ ଓ ତାଙ୍କ ସ୍ୱାମୀ ପବନ ସରୋହାଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ୍ !

ନୂଆଦିଲ୍ଲୀ: ଗିରଫ ହେଲେ କୁସ୍ତି ଯୋଦ୍ଧା ଗୀତା ଫୋଗାଟ୍। ଦିଲ୍ଲୀର ଜନ୍ତର ମନ୍ତର ଆନ୍ଦୋଳନ କରୁଥିବା ତାଙ୍କ ଭଉଣୀମାନଙ୍କୁ ଭେଟିବାକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗୀତା ଓ ତାଙ୍କ ସ୍ୱାମୀ ପବନ ସରୋହାଙ୍କୁ ପୁଲିସ ଗିରଫ କରିଛି ବୋଲି ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅନ୍ୟପଟେ ଦିଲ୍ଲୀ ପୁଲିସ ଗୀତାଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଦୁଇ ଜଣଙ୍କୁ ସୁରକ୍ଷିତ ହେପାଜତରେ ରଖାଯାଇଛି ବୋଲି ପୁଲିସ କହିଛି

ଗୀତା ଟ୍ୱିଟ୍ କରି ଲେଖିଛନ୍ତି “ମୁଁ ମୋ ସ୍ୱାମୀ ପୱନ ସରୋହଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଅତ୍ୟନ୍ତ ଦୁଃଖଦ ଘଟଣା।”

ଏହା ପୂର୍ବୁର ଗୀତା ତାଙ୍କ ସ୍ୱାମୀ ରେସଲରମାନଙ୍କ ଆନ୍ଦୋଳନ ସ୍ଥଳ ଜନ୍ତରମନ୍ତରକୁ ଆସୁଥିବା ବେଳେ ବାଟରେ ଅଟକାଇଥିଲା ପୁଲିସ। ଆଗକୁ ଦୁଇଟା ରାସ୍ତା, ଘରକୁ ଯିବେ ନହେଲେ ଥାନାକୁ ଯିବେ ବୋଲି ପୁଲିସ ଧମକାଇଥିଲା। ଏନେଇ ଗୀତା ଟ୍ୱିଟ୍ କରି ସୂଚନା ବି ଦେଇଥିଲେ।

ସେ ଟ୍ୱିଟ୍ କରି କହିଥିଲେଦିଲ୍ଲୀ ପୁଲିସର ମନମାନି। ଜନ୍ତର ମନ୍ତରରେ ମୋ ଭଉଣୀମାନଙ୍କୁ ଭେଟିବାରୁ ମୋତେ ଅଟକାଉଛି। ପୁଲିସ କହୁଛି ମାତ୍ର ଦୁଇଟି ରାସ୍ତା ରହିଛି। ଘରକୁ ଫେରିଯାଆନ୍ତୁ ନହେଲେ ଗିରଫ ଥାନାକୁ ଚାଲନ୍ତୁ। ଅତ୍ୟନ୍ତ ନିନ୍ଦନୀୟ।ଏହାର କିଛି ସମୟରେ ପରେ ତାଙ୍କୁ ଗିରଫ କରାଯାଇଥିବା ସେ ଆଉ ଏକ ଟ୍ୱିଟ୍ କରି ସୂଚନା ଦେଇଥିଲେ।

Leave A Reply

Your email address will not be published.