Latest Odisha News

BREAKING NEWS

ଦିଲ୍ଲୀ ସମେତ ଆଜି ୬ଟି ରାଜ୍ୟରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶର ରାଜଧାନୀ ଦିଲ୍ଲୀ ସମେତ ୬ଟି ରାଜ୍ୟରେ ୫୯ଟି ଲୋକସଭା ଆସନ ଲାଗି ଭୋଟଗ୍ରହଣ ଚାଲିଛି । ଆଜିର ଏହି ନିର୍ବାଚନରେ ଦେଶର ପ୍ରାୟ ୧୦.୧୭ କୋଟି ଭୋଟଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରୁଛନ୍ତି । ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଦେଶର ୧.୧୩ ଲକ୍ଷ ମତଦାନ କେନ୍ଦ୍ରରେ ଜନସାଧାରଣ ନିଜ ନିଜର ପସନ୍ଦ ମୁତାବକ ପ୍ରାର୍ଥୀଙ୍କୁ ନିଜର ମୂଲ୍ୟବାନ ଭୋଟ ଦ୍ୱାରା ଚୟନ କରୁଛନ୍ତି ।

ଆଜି ଏହି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଯେଉଁ ହେଭିୱେଟ୍ ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି ସେମାନେ ହେଲେ –କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତ, ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ, କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ମେନକା ଗାନ୍ଧୀ ଏବଂ କ୍ରିକେଟର୍ ଗୌତମ ଗମ୍ଭୀର ।

ଦେଶରେ ଅନୁଷ୍ଠିତ ହେଉଥିବା ୨୦୧୯ ସାଧାରଣ ନିର୍ବାଚନରେ ସମୁଦାୟ ୭ଟି ପର୍ଯ୍ୟାୟ ନିର୍ବାଚନରୁ ୫ଟି ପର୍ଯ୍ୟାୟ ସମାପ୍ତ ହୋଇଥିବା ବେଳେ ଆସନ୍ତାକାଲି ୬ଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଦିଲ୍ଲୀ ସମେତ ଯେଉଁ ୬ଟି ରାଜ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି ସେହି ରାଜ୍ୟ ଗୁଡ଼ିକ ହେଲା – ଉତ୍ତର ପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଏବଂ ଝାଡ଼ଖଣ୍ଡ ରାଜ୍ୟ ।

ଏହି ୭ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଉତ୍ତର ପ୍ରଦେଶର ୧୪ଟି, ହରିୟାଣାର ୧୦ଟି, ମଧ୍ୟପ୍ରଦେଶର ୮ଟି, ବିହାରର ୮ଟି, ପଶ୍ଚିମବଙ୍ଗରର ୮ଟି ଏବଂ ଦିଲ୍ଲୀର ୭ଟି ଏବଂ ଝାଡ଼ଖଣ୍ଡ ରାଜ୍ୟର ୪ଟି ଆସନ ଲାଗି ଭୋଟଗ୍ରହଣ ଆଜି ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.