Latest Odisha News

BREAKING NEWS

କଳାହାଣ୍ଡିରେ ସିଆରପିଏଫ୍ କ୍ୟାମ୍ପ ଉଡାଇଲେ ମାଓବାଦୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ସଶସ୍ତ୍ର ମାଓବାଦୀ ମାନେ ଶନିବାର ବିଳମ୍ବିତ ରାତିରେ ନିର୍ମାଣାଧିନ ଏକ ସିଆରପିଏଫ କ୍ୟାମ୍ପକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ଶିବିରରେ ଏହି ବାମପନ୍ଥୀ ଦଳ ପହଞ୍ଚି ସୁପରଭାଇଜର ଓ କାର୍ଯ୍ୟରତ ଶ୍ରମିକଙ୍କୁ ନିର୍ମାନଧିନ କ୍ୟାମ୍ପରୁ ବାହାରିଯିବା ଲାଗି କହିଥିଲେ । ପରବର୍ତ୍ତୀ ସମୟରେ ସେଠାରେ ଡେଟୋନେଟର ଲଗାଇ ମାଓବାଦୀମାନେ ବିସ୍ଫୋରଣ ଘଟାଇବା ସହ ଉକ୍ତ ସ୍ଥାନରୁ ଚମ୍ପଟ ମାରିଥିବା ନେଇ ଜଣାପଡିଛି ।

ଏହି ଘଟଣା ପରେ ଯବାନଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.