Latest Odisha News

BREAKING NEWS

କୋହଲିଙ୍କ ଲାଇକ ନେଇ ବଡ କଥା କହିଲେ ଲିଜଲେଜ

ନୂଆଦିଲ୍ଲୀ: ଜର୍ମାନୀର ମଡେଲ ତଥା ଇନଫ୍ଲ୍ୟୁଏନ୍ସର ଲିଜଲେଜ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଲାଇକକୁ ନେଇ ମୁହଁ ଖୋଲିଛନ୍ତି । ଗୋଟିଏ ଲାଇକ କିପରି ତାଙ୍କ ଜୀବନ ଉପରେ ପ୍ରଭାବ ପକାଇଥିଲା ତାହା ସେ କହିଛନ୍ତି । କୋହଲି ଲାଇକ କରିବା ପର ଦିନ ମୁଁ ଯେତେବେଳେ ଶୋଇ କରି ଉଠିଲିୀ, ଚକିତ ହୋଇ ପଡିଥିଲି । ଇନଷ୍ଟାଗ୍ରାମ, ସୋସିଆଲ ମିଡିଆ, ନ୍ୟୁଜ ଚ୍ୟାନେଲ ଓ ବଡ ବଡ ପୋଡକାଷ୍ଟରେ ଏହି ଲାଇକକୁ ନେଇ ଚର୍ଚ୍ଚା ଚାଲିଥିଲା । ଏହା ମୋତେ ନୂଆ ରୋମାଂଚ ପ୍ରଦାନ କରୁଥାଏ । ଜର୍ମାନୀ ମିଡିଆ ଏହି ଖବରକୁ ନେଇ ବେଶ ଉତ୍ସାହିତ ହୋଇ ପଡିଥିଲେ ବୋଲି ସେ ହସି କରି କହିଛନ୍ତି ।

ଜର୍ମାନୀରେ କୋହଲି ଆଉ ଭାରତରେ ଲିଜ କିଏ ସେ ନେଇ ମଧ୍ୟ ସାଧାରଣ ଜନତାଙ୍କ ଉତ୍କଣ୍ଠା ବଢ଼ିଥିଲା । ଲିଜ କହିଥିଲେ, କୋହଲିଙ୍କ କୌଣସି ଉଦ୍ଦେଶ୍ୟ ନ ଥିଲା ସେ ଭୁଲରେ ହୁଏତ ଲାଇକ କରିଦେଇଥିବେ । ତାଙ୍କ ଷ୍ଟାର ପାୱାର ଅଦ୍ଭୁତପୂର୍ବ । ଏହି ଘଟଣା ପରେ ମୋତେ ରିୟଲିଟି ଶୋ ବ୍ରାଣ୍ଡ ଡିଲ୍ସ ପରି କେତେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଅଫର ଆସିସାରିଛି । ଆଇପିଏଲରେ ମୁଁ ଆରସିବି ଆଗରୁ ସମର୍ଥନ କରୁଥିଲେ । ଏବେ ବି ଏହା ଚାଲୁ ରହିବ ବୋଲି ସେ କହିଛନ୍ତି । କୋହଲିଙ୍କ ଲାଇକ ଘଟଣାରେ ତାଙ୍କୁ ଟ୍ରୋଲ କରାଯିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି । ସେ ଲିଓନେଲ ମେସୀ ଓ କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ପରି ଆନ୍ତର୍ଜାତୀୟ ଷ୍ଟାର । ତାଙ୍କୁ ଅଯଥା ହଇରାଣ କରିବା ଆବଶ୍ୟକ ନାହିଁ ବୋଲି ଲିଜ କହିଛନ୍ତି ।

Leave A Reply

Your email address will not be published.