କଳାହାଣ୍ଡି: ଖଇରମାଳରେ ଜଣ୍ଡିସ୍ ଆତଙ୍କ । ୧୩ ଜଣ ଆକ୍ରାନ୍ତ ଚିହ୍ନଟ । ଗତ ଶନିବାର ସ୍ବାସ୍ଥ୍ୟ ବିଭାଗ ଓ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଆହୁରି ୧୬ଟି ସନ୍ଦେହଜନକ ମାମଲା ସାମ୍ନାକୁ ଆସିଛି ।
ଜିଲ୍ଲା ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଅଧିକାରୀ ନିହାରେନ୍ଦ୍ର ପଣ୍ଡା କହିଛନ୍ତି, ‘ପୂର୍ବରୁ ଖଇରମାଲ ଗାଁରେ ୧୩ଟି ମାମଲା ଥିବା ଜଣା ପଡ଼ିଥିଲା । ଆଉ ୧୬ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏହା ରିପୋର୍ଟ ଆସିଲା ପରେ ଆହୁରି ଚିକିତ୍ସାକୁ ବଢ଼ାଯିବ ଓ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ।’
ସେ ଆହୁରି କହିଛନ୍ତି, ‘ବିଶେଷ କରି ଏହା ପାଣି ଯୋଗୁଁ ହୋଇଛି । ଲୋକେ କେମିତି ସ୍ବଚ୍ଛ ପରିମଳ ପାଣି ପାଇବେ ସେନେଇ ସ୍ୱାସ୍ଥ୍ୟ ଟିମ୍ ବିଡ଼ିଓଙ୍କୁ ଜଣାଇଛନ୍ତି । ବିଶେଷ କରି ଛୋଟ ଛୁଆମାନେ ଆକ୍ରାନ୍ତ ହୋଇଛନ୍ତି ।’
ଏପଟେ ଗାଁରେ ବ୍ଲିଚିଂ ପାଉଡର ସିଞ୍ଚନ ଓ ସଫେଇ କାର୍ଯ୍ୟ ଜୋରଦାର କରାଯାଇଛି । ଏଥିସହ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ କଡ଼ା କଟକଣା ଲଗାଯାଇଛି ।
ଗାଁରେ ଜଣ୍ଡିସ କିଭଳି ବ୍ୟାପିଲା, ସେନେଇ ପାଣି ଓ ଖାଦ୍ୟର ନମୂନା ପରୀକ୍ଷା ପାଇଁ ପଠାଯାଇଛି । ଏଥିସହ ଗ୍ରାମବାସୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।