Latest Odisha News

BREAKING NEWS

କରୋନା ଭାଇରସ ଟୀକା ନେଇ ଆମେରିକା, ଜର୍ମାନୀ ମୁହାଁମୁହିଁ

ବର୍ଲିନ : କରୋନା ଭାଇରସ ଟୀକା ନେଇ ଆମେରିକା, ଜର୍ମାନୀ ମୁହାଁମୁହିଁ ହୋଇଛନ୍ତି । କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ବଢିଚାଲିଛି । ଏ ପରିସ୍ଥିତିରେ ଏହି ଭୁତାଣୁର ଟୀକାକୁ ସମଗ୍ର ବିଶ୍ୱବାସୀ  ଅପେକ୍ଷା କରିଛନ୍ତି । ଆମେରିକା ଏହି ଭୁତାଣୁର ଟୀକା ବାହାର କରିବା ଦିଗରେ ଅଗ୍ରଗତି କରିଥିବା ଦାବି କରିଥିବାବେଳେ ତାହାକୁ ନେଇ ବିବାଦ ଦେଖାଦେଇଛି ।

ଆମେରିକା ଏକ ଜର୍ମାନ କମ୍ପାନି ଦ୍ୱାରା କରାଯାଇଥିବା ଗବେଷଣାର ସଂପୂର୍ଣ୍ଣ ସ୍ୱତ୍ତ୍ୱ କିଣିବାକୁ ପ୍ରସ୍ତାବ ଦେଇଥିବାବେଳେ ତାହାକୁ ଜର୍ମାନ ସରକାର ବିରୋଧ କରିଛନ୍ତି ।  ମିଳିଥିବା ସୂଚନା ଅନୁସାରେ ଜର୍ମାନ କମ୍ପାନି କ୍ୟୋରଭାକ୍ ପକ୍ଷରୁ ଏହି ଟୀକା ବିକଶିତ କରିବା ଦିଗରେ ଯଥେଷ୍ଟ ଅଗ୍ରଗତି କରାଯାଇଛି । କିନ୍ତୁ ଆମେରିକା ଏହି କମ୍ପାନିଠାରୁ ଏହି ଜ୍ଞାନକୌଶଳକୁ କିଣିବାକୁ ଚାହୁଁଛି । ହଜାର ହଜାର କୋଟି ଡଲାର ବିନିମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହାକୁ କିଣିବାକୁ ଚାହୁଁଛନ୍ତି ବୋଲି ଜଣାଯାଇଛି ।

Leave A Reply

Your email address will not be published.